Only for Entertainment

ପାଟଣାଗଡ ପାର୍ସଲ ବୋମା କାହାଣୀକୁ ନେଇ ନିର୍ମିତ ହେବ ଓଡିଆ ଫିଲ୍ମ ‘ବୁଲେଟ ରାଜା’

0 41

ଖୁବଶୀଘ୍ର ଆପଣ ବଡ ପରଦାରେ ଦେଖିବାକୁ ପାଇବେ ବହୁ ଚର୍ଚ୍ଚିତ ପାଟ୍ଟଣାଗଡ ପାର୍ସଲ ବୋମାର ରହସ୍ୟମୟ କାହାଣୀ । ଏହି ବହୁଚର୍ଚ୍ଚିତ କାହାଣୀର ପୃଷ୍ଠଭୂମିରେ ତିଆରି ହେବାକୁ ଯାଉଛି ଓଡିଆ ଫିଲ୍ମ ‘ବୁଲେଟ ରାଜା’ । ଯାହାକୁ ନିର୍ମାଣ କରିବେ ପ୍ରଯୋଜକ ଶ୍ରୀଧର ମାର୍ଥା । କାରଣ ଗୋଟିଏ ଫିଲ୍ମ ତଆରି ପାଇଁ ଆବଶ୍ୟକ ହେଉଥିବା ଲଭ, ରୋମାନ୍ସ, ସସପେନ୍ସ ଓ ଥ୍ରୀଲର ଭଳି ସମସ୍ତ ଉପାଦାନ ଏହି କହାଣୀରେ ରହିଛି । ପାଟ୍ଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେର ଗୋଟିଏ ବୁଲେଟରେ ବସିଥିବା ଫଟୋ ବାରମ୍ବାର ଟିଭି ପରଦାରେ ଆପଣ ଦେଖୁଥିବେ । ଏହାକୁ ଲକ୍ଷ୍ୟକରି ଫିଲ୍ମର ନାଁ ରଖାଯାଇଛି ‘ବୁଲେଟ ରାଜା’ ।

ଏଥିଲାଗି ପ୍ରଯୋଜକ ଶ୍ରୀଧର ମାର୍ଥା ପୋଲିସ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଛନ୍ତି । ତେବେ ଫିଲ୍ମରେ ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେର ଭୂମିକାରେ ଅଭିନୟ କରିବେ ହର ରଥ । ସେହିପରି କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ଚରିତ୍ର କରିବେ ଅଭିନେତା ମନୋଜ ମିଶ୍ର । ବୋମା ବିସ୍ଫୋରଣରେ ମୃତ ସୌମ୍ୟଶେଖର ଓ ତାଙ୍କ ପତ୍ନୀ ରିମାଙ୍କ ଚରିତ୍ର କିଏ କରିବା ତାହା ସ୍ଥିର ହୋଇନାହିଁ । ରେଞ୍ଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ଏହି ଫିଲ୍ମଟି ତିଆରି ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More