Only for Entertainment

ମୋଦୀଙ୍କ ଜୀବନିକୁ ନେଇ କେବଳ କମେଡି ଫିଲ୍ମ ତିଆରି ହୋଇ ପାରିବ : ଉର୍ମିଳା ମାତୋଣ୍ଡକର

29

ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ ଦେବା ପରେ ଏବେ ୨୦୧୯ର ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । ରାଜନୀତିରେ ପାଦ ଦେବା ପରେ ସେ ଏ ପର୍ଯ୍ୟନ୍ତ ଅନେକ ଭୁଲ କରି ସାରିଥିବା ସହ ଏହାକୁ ନେଇ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି । ତେବେ ବାରମ୍ବାର ସମାଲୋଚିତ ହେବା ପରେ ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ବାୟୋପିକ୍‌କୁ ସମାଲୋଚନା କରିଥିବା ଦେଖା ଯାଇଛି ।

ଏକ ସାକ୍ଷାତକାରରେ ଯୋଗ ଦେଇ, ମୋଦୀଙ୍କ ବାୟୋପିକ୍‌କୁ ନେଇ ଏକ କମେଡି ଫିଲ୍ମ ହେବା କଥା । କାରଣ ସେ ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପୂରା ନ କରି ନିଜକୁ ଜୋକର ବନାଇ ଦେଇଛନ୍ତି । କିଛି ଲୋକ ଏହାକୁ ଅନୁପ୍ରାଣିତ କଲା ଭଳି ଫିଲ୍ମ କହୁଛନ୍ତି । କିନ୍ତୁ ମୋତେ ଏଥିରେ କିଛି ଅନୁପ୍ରାଣିତ କଲା ଭଳି ଲାଗିଲା ନାହିଁ । ଟ୍ରେଲରରେ ଯାହା ଦେଖାଯାଇଛି, ତାହା କେବଳ ମୋଦୀଙ୍କ ଭାବମୂର୍ତ୍ତିକୁ ଭଲ କରିବା ପାଇଁ କରାଯାଇଛି । ଯେଉଁଥିରେ କୌଣସି ସତ୍ୟତା ନାହିଁ । ତାଙ୍କ ପାଇଁ ଦେଶର ଉନ୍ନତି ନୁହେଁ ଦେଶ ହିଂସା ପଥରେ ଆଗେଇ ଚାଲିଛି । ସେ ଦେଶକୁ ନଷ୍ଟ କରି ଦେଇଛନ୍ତି ବୋଲି କହିଛନ୍ତି ଉର୍ମିଳା ମାତୋଣ୍ଡକର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More