Only for Entertainment

ଗର୍ଲଫ୍ରେଣ୍ଡଙ୍କ ସହ ବାପାଙ୍କ ଅଫିସରେ ପହଂଚିଲେ ବରୁଣ, କୁକୁରକୁ ଦେଖି ନତାଶା କଲେ କିଛି ଏଭଳି !

44

ବଲିଉଡ ଅଭିନେତା ବରୁଣ ଧୱନ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହ ନିଜ ସମ୍ପର୍କକଚ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଖବରରୁ ପ୍ରକାଶ ଯେ ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହାମଧ୍ୟରେ ଗର୍ଲଫ୍ରେଣ୍ଡ ଏବଂ ଭାଇ ରୋହିତ ସହ ବାପା ଡେବିଡ ଧୱନଙ୍କ ଅଫିସ ବାହାରେ ସ୍ପଟ ହୋଇଛନ୍ତି । ବର୍ଷାରେ ଏହି ଯୋଡି କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଛନ୍ତି ।

ଯେତେବେଳେ ସମସ୍ତେ ଅଫିସ ଭିତରକୁ ଏଂଟ୍ରି କରୁଥିଲେ ନତାଶାଙ୍କୁ ସେଠାରେ ଏକ କୁକୁର ମିଳିଥିଲା , ଯାହାକୁ ଦେଖି ନତାଶା କୁକୁରର ମୁଣ୍ଡ ଆଉଁଶିବା ଆରମ୍ଭ କରିଦେଇଥିଲେ ।

ଫଟୋରେ ବରୁଣ, ନତାଶା ଏବଂ ରୋହିତ ଖୁବ ଖୁସି ଥିବା ନଜର ଆସିଛନ୍ତି ଏବଂ ଏହି ଋଚ୍ଛୁର ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଛନ୍ତି ।

 ଏଠାରେ ଆମେ କହି ରଖୁଛୁ ଯେ ବରୁଣ ଜଣେ ଏଭଳି କଳାକାର ଯିଏ ନିଜ ରିଲେସନସିପକୁ ନେଇ କାହା ଆଗରେ ଲୁଚାଇ ରଖିନାହାନ୍ତି । ସେ ନିଜ ପିଲା ବେଳର ବନ୍ଧୁ ଏବଂ ଡିଜାଇନର ନତାଶା ଦଲାଲଙ୍କୁ ଡେଟ କରୁଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିକଟରେ ବରୁଣଙ୍କ ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମରେ ବରୁଣଙ୍କ ବ୍ୟତୀତ ଆଲିୟା ଭଟ୍ଟ, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ, ଆଦିତ୍ୟ ରୟ କପୂର ଏବଂ ସଂଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସଅଫିସରେ କିଛି ଖାସ କମାଲ ଦେଖାଇ ପାରିନଥିଲା । ଏହାବ୍ୟତୀତ ବରୁଣ ‘ଷ୍ଟ୍ରିଟ ଡାନ୍ସର’ ଏବଂ ‘କୁଲି ନମ୍ବର୧’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More