ଡିସେମ୍ବରରେ ନତାଶା ଦଲାଲାଙ୍କୁ ବିବାହ କରିବେ ବରୁଣ ଧୱନ
ବଲିଉଡ୍ ଅଭିନେତା ବରୁଣ ଧଓ୍ଵନ ନିଜ ଫିଲ୍ମ ସହିତ ନିଜ ପ୍ରେମିକା ନତାଶା ଦଲାଲଙ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ବିବାହକୁ ନେଇ ଏକ ବଡ଼ କବର ସାମ୍ନାକୁ ଆସିଛି । ଡିସେମ୍ବର ୨୦୧୯ରେ ବରୁଣ ଧଓ୍ଵନ ପ୍ରେମିକା ନତାଶା ଦଲାଲଙ୍କ ହାତ ଧରିବେ ବୋଲି ଖବର ମିଳିଛି । କିନ୍ତୁ ଏ ନେଇ ଦୁହିଁଙ୍କ ପରିବାର ତରଫରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ । ଆରମ୍ଭରୁ ବରୁଣ ନିଜ ପ୍ରେମ ସଂପର୍କକୁ ସମସ୍ତଙ୍କଠାରୁ ଲୁଚାଇ ରଖୁଥିବା ବେଳେ ଧୀରେ ଧୀରେ ତାହା ସମସ୍ତଙ୍କ ସାମ୍ନାକୁ ଆସି ଯାଇଥିଲା ।
ନତାଶାଙ୍କ ସହ ସଂପର୍କକୁ ନେଇ ବରୁଣ ପ୍ରଥମେ କଫି ଉଇଥ୍ କରଣ ସୋ’ରେ ଖୋଲାଖୋଲି ଭାବେ କଥା ହୋଇଥିଲେ । ଯେଉଁଠି ସେ ନତାଶାଙ୍କୁ ଖୁବ୍ ଶୀଘ୍ର ବିବାହ କରିବା ନେଇ ଚିନ୍ତା କରୁଥିବା କହିଥିଲେ ।
ତାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ଏବେ ଆଗକୁ ତାଙ୍କର ଫିଲ୍ମ ‘କଲଙ୍କ’ ରିଲିଜ୍ ହେବାକୁ ଯାଉଛି । ଯେଉଁଥିରେ ସେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଜଣାପଡ଼ିଛି ।