Only for Entertainment

ପ୍ରସିଦ୍ଧ ପ୍ରଡ୍ୟୁସର ଚମ୍ପକ ଜୈନଙ୍କ ବ୍ରେନ ହ୍ୟାମରେଜରେ ନିଧନ, ଶୋକ ପ୍ରକାଶ କଲେ ବଲିଉଡ କଳାକାର

latestly
30

‘ଜୋସ’ ଏବଂ ‘ମେଁ ଖିଲାଡୀ ତୁ ଅନାଡୀ’ ପରି ଫିଲ୍ମ ପ୍ରଡ୍ୟୁସ କରିଥିବା ଚମ୍ପକ ଜୈନଙ୍କ ବ୍ରେନ ହ୍ୟାମରେଜରେ ଗୁରୁବାର ନିଧନ ହୋଇଛି । ବିନସ ରେକର୍ଡ ଆଣ୍ଡ ଟେପ୍ସ ଏବଂ ୟୁନାଇଟେଡ ୭ର ମାଲିକ ଭାବେ ପରିଚିତ ଚମ୍ପକ ଜୈନଙ୍କ ନିଧନକୁ ନେଇ ପୂରା ବଲିଉଡ ଚକିତ ।

ଫିଲ୍ମ ଅଭିନେତା ସେନୁ ସୁଡଙ୍କ ଠାରୁ ଆରମ୍ଭ କରି ମିକା ସିଙ୍କ ପର୍ଯ୍ୟନ୍ତ ଚମ୍ପକ ଜୈନଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି । ଆଜି ତାଙ୍କର ଅନ୍ତିମ ସଂସ୍କାର ସକାଳ ୧୧ ଟାରେ କରାଯାଇଛି ।

ରାଜସ୍ଥାନ ପାଲୀ ଜିଲ୍ଲାର ଜୱାଇ ବାନ୍ଧ ନିକଟରେ ଥିବା ବଲବନା ଗାଁରେ ଜନ୍ମିତ ଚମ୍ପକ ଜୈନ ତାଙ୍କ ଭାଇମାନେ ଇଣ୍ଡଷ୍ଟ୍ରୀରେ ସେୱନ ବ୍ରଦର୍ସ ନାମରେ ଜଣାଶୁଣା । ତାଙ୍କ ପରିବାର ପ୍ରଥମେ ସଙ୍ଗୀତ ଇଣ୍ଡଷ୍ଟ୍ରୀରେ କ୍ୟାସେଟ ବିଜନେସ ଆରମ୍ଭ କରିଥିଲେ ପରେ ସେମାନେ ଫିଲ୍ମ ପ୍ରଡ୍ୟୁସ କରିବା ଆରମ୍ଭ କରିଥିଲେ । କୁହାଯାଏ ଯେ ଅକ୍ଷୟ କୁମାର, ଶାହରୁଖ ଖାନ ଏବଂ ସୁନିଲ ସେଟ୍ଟୀଙ୍କ ପରି କଳାକାରଙ୍କ କ୍ୟାରିଅରକୁ ସମ୍ଭାଳିବାରେ ଚମ୍ପକ ଜୈନ ବଡ ଭୂମିକା ତୁଲାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More