Only for Entertainment

ଉରି: ଦ ସର୍ଜିକାଲ ଷ୍ଟ୍ରାଇକ ପରେ ମହାନ ଯୋଦ୍ଧା ଭୂମିକାରେ ନଜର ଆସିବେ ବିକ୍କି କୌଶଲ !

36

ବଲିଉଡ ଅଭିନେତ୍ରୀ ବିକ୍କି କୌଶଲଙ୍କ ଫିଲ୍ମ ‘ଉରି-ଦ ସର୍ଜିକାଲ ଷ୍ଟ୍ରାଇକରେ ତାଙ୍କ ଅଭିନୟ ଦର୍ଶକ ଖୁବ ପସନ୍ଦ କରିଥିଲେ । ଯେଉଁଭଳି କି ଆପଣ ଜାଣିଛନ୍ତି ବିକ୍କି କୌଶଲଙ୍କ ଏହି ଫିଲ୍ମ ସୁପରହିଟ ହୋଇଥିଲା । ଏହି ଫିଲ୍ମରେ ଭାରତୀୟ ସେନା ଦ୍ୱାରା ପାକିସ୍ତାନରେ କବ୍ଚା ହୋଇଥିବା କଶ୍ମୀରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ । ଖବର ମୁତାବକ ଏବେ ଏହି ଫିଲ୍ମର ନିର୍ଦ୍ଦେଶକ-ପ୍ରଡ୍ୟୂସର ଯୋଡି ସହ ବିକ୍କି କୌଶଲ ପୁଣିଥରେ କାମ କରିବାକୁ ଯାଉଛନ୍ତି । ଏଥର ଏହା ଏକ ପିରିଅଡ ୱାର ହେବ ଯାହା ପୌରାଣିକ ଭୂମିକା ଅଶ୍ୱତ୍ଥମା ଉପରେ ଆଧାରିତ । ବିକ୍କି ଏହି ଫିଲ୍ମରେ ଅଶ୍ୱତ୍ଥମା ଭୂମିକାରେ ନଜର ଆସିବେ ।

ଏହାପୂର୍ବରୁ ଖବର ଶୁଣିବାକୁ ମିଳିଥିଲା ଯେ ଉରି ପରେ ଫିଲ୍ମ ମେକର୍ସ ଆଉ ଏକ ବଡ ଫିଲ୍ମ ସହ ଫେରିବାକୁ ଚାହୁଁଛନ୍ତି ଯାହା ଖୁବ ରୋମାଂଚକ ହେବ । ଏହି ଫିଲ୍ମର ସ୍କ୍ରିପ୍ଟ ଉପରେ ଉରି ରିଲିଜ ହେବା ପୂର୍ବରୁ କାମ ଚାଲିଥିଲା । ଏହି ଫିଲ୍ମ ବଡ ସ୍ତରରେ ପ୍ରସ୍ତୁତ କରାଯିବ ଏବଂ ଚଳିତ ବର୍ଷ ସୁଟିଂ ଆରମ୍ଭ ହେବ । ମହାଭାରତରେ ଅଶ୍ୱତ୍ଥମା ଜଣେ ମହାନ ଯୋଦ୍ଧା ବୋଲି ଶୁଣିବାକୁ ମିଳିଥିଲା । ସେ ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ କୃପିଙ୍କ ପୁଅ ଥିଲେ । ସେ କୌରବଙ୍କ ତରଫରୁ ଲଢିଥିଲେ । ମହାଭାରତର ମାନ୍ୟତା ମୁତାବକ ଅଶ୍ୱତ୍ଥମା ଅମର ଥିଲେ ଏବଂ ସେ ସେବେ ପର୍ଯ୍ୟନ୍ତ ବଂଚିବେ ଯେପର୍ଯ୍ୟନ୍ତ କଳିଯୁଗ ଶେଷ ନ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More