ଯେତେବେଳେ ବରୁଣ ଧୱନ ଡବ୍ଲୁଡବ୍ଲୁଇ’ରେସଲର ଶୈରଲେଟ ପ୍ଲେୟାରଙ୍କୁ ଶିଖାଇଲେ ଡାନ୍ସ, ଦେଖନ୍ତୁ ଭିଡିଓ !
ଯେବେ ଇଂଟରନ୍ୟାଶନାଲ ୱମ୍ୟାନ ରେସଲରଙ୍କ ସହ ଭେଟନ୍ତି ବଲିଉଡ ଅଭିନେତା, ସେତେବେଳେ କଣ ହୁଏ ? ଏହି ପ୍ରଶ୍ନର ଉତର ଆମେ ଆପଣଙ୍କୁ ଦେବାକୁ ଯାଉଛୁ । ନିକଟରେ ରେସଲର ‘ଚାରଲୋଟି ଫ୍ଲେୟାର’ଙ୍କ ସହ ଭେଟିଥିଲେ ଅଭିନେତା ବରୁଣ ଧୱନ । ଜିମରେ ୱାର୍କ ଆଉଟ ସମୟରେ ଏମାନଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି । ଚାରଲୋଟିଙ୍କୁ ବରୁଣ ଦେଇଥିଲେ ଡ୍ୟାନ୍ସ ଚ୍ୟାଲେଞ୍ଜ । ଯାହାକୁ କରିବା ତାଙ୍କ ପାଇଁ କାଠିକର ପାଠ ସାବ୍ୟସ୍ତ ହୋଇଥିଲା ତେବେ ହାର ମାନିନଥିଲେ ପ୍ଲେୟାର । ଚେଷ୍ଟା କରିଥିଲେ ଓ ଶେଷରେ ବରୁଣଙ୍କ ସହ ଷ୍ଟେପରେ ଷ୍ଟେପ ମିଶାଲ ଝୁମିଥିଲେ । ସେଲିବ୍ରେଟିଙ୍କ ଏହି ଭିଡିଓକୁ ବେଶ ପସନ୍ଦ କରାଯାଉଛି ଓ ଧିରେ ଧିରେ ଏହା ଭାଇରାଲ ହେବାରେ ଲାଗିଛି । ବରୁଣଙ୍କ ଆଗାମୀ ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସ ଥ୍ରୀଡିରେ ଚାରଲୋଟି ପ୍ଲେୟାରଙ୍କ ଅଭିନୟ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ପାଇଁ ଏବେ ସେ ମୁମ୍ବାଇରେ ପହଁଚିଛନ୍ତି ।
Such a pleasure meeting u Charlotte. You truly are a queen ❤️. Charlotte already dancing on a street dancer song https://t.co/cREgl9saBf
— Varun Dhawan (@Varun_dvn) November 15, 2019
ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ବରୁଣ ଧୱନ ନିଜ ଆଗାମୀ ଫିଲ୍ମ ‘କୁଲି ନମ୍ବର୧’ର ସୁଟିରେ ବ୍ୟସ୍ତ ଅଛନ୍ତି ଯେଉଁଥିରେ ତାଙ୍କ ବିପକ୍ଷରେ ନଜର ଆସିବେ ସାରା ଅଲୀ ଖାନ । ଏହାବ୍ୟତୀତ ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର୩ଡି’ରେ ଶ୍ରଦ୍ଧା କପୂରଙ୍କ ଆସନ୍ତା ବର୍ଷ ଜାନୁଆରୀରେ ନଜର ଆସିବେ ।