୪୦ ବର୍ଷରେ ନିଜ ଫଟୋକୁ ମାଗାଜିନର କଭର ପେଜରେ ଦେଖି ଏଭଳି ରିଆକ୍ସନ ଦେଲେ ବିଦ୍ୟା ବାଲାନ ।
ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ନିକଟରେ ଫିଲ୍ମଫେୟର ମାଗାଜନ ପାଇଁ ଫଟୋସୁଟ କରିଛନ୍ତି । ଏହି ଫଟୋସୁଟ ସେ ଫେବୃୟାରୀ ମାସ ପାଇଁ କରିଛନ୍ତି । ଫଟୋସୁଟର କିଛି ଫଟୋ ବିଦ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି ।
ବିଦ୍ୟାଙ୍କ ଫଟୋସୁଟର ସୁନ୍ଦର ଫଟୋକୁ ଫିଲ୍ମଫେୟାର ମାଗାଜିନ କଭର ପେଜରେ ଛାପିଛନ୍ତି । କଭର ପେଜରେ ନିଜ ଫଟୋ ଦେଖିବା ପରେ ବିଦ୍ୟା ଫିଲ୍ମଫେୟାର ମାଗାଜିନକୁ ଖୁବ ଧନ୍ୟବାଦ ଜଣାଇଛନ୍ତି । ଏହି ଫଟୋକୁ ବିଦ୍ୟା ଫ୍ୟାନ୍ସଙ୍କ ସହିତ ଶେୟାର କରିଛନ୍ତି ।
ବିଦ୍ୟାଙ୍କର ଏହି ଗ୍ଲାମର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।