Only for Entertainment

ବକ୍ସ ଅଫିସରେ ଧମାଲ୍ କରୁଛି ହ୍ରିତିକ୍ – ଟାଇଗରଙ୍କ ଫିଲ୍ମ ‘ୱାର୍’ , ୧୫୦ କୋଟି ଟପିଲା ବ୍ୟବସାୟ !

44

ପରଦାକୁ ଆସିବା ପରେ ଚହଳ ସୃଷ୍ଟି କଲା ଆକ୍ସନ୍ – ଥ୍ରୀଲର୍ ଫିଲ୍ମ ୱାର୍ । ଫିଲ୍ମରେ ଲିଡ୍ ରୋଲରେ ହ୍ରିତିକ୍ ରୋଶନ୍, ଟାଇଗର୍ ଶ୍ରଫ୍ ଓ ବାନି କପୁରଙ୍କ ଅଭିନୟକୁ ଦର୍ଶକ କରିଛନ୍ତି ଢେର୍ ପସନ୍ଦ । ସିନେମାଟି ବୁଧବାର ଗାନ୍ଧି ଜୟନ୍ତୀ ଅବସରରେ ଆସିଥିଲା ପରଦାକୁ । ଆଉ ପ୍ରଥମ ଦିନରେ କରିଥିଲା ୫୧ କୋଟିର ରୋଜଗାର୍ । ତେବେ ଶନିବାର ସୁଦ୍ଧା ଏହି ଆକ୍ସନ ଫିଲ୍ମ ୧୨୮ କୋଟି ୮୫ ଲକ୍ଷ ରୋଜଗାର କରି ସୃଷ୍ଟି କରିଛି ନୂଆ ରେକର୍ଡ । ବର୍ଷର ହାଇଏଷ୍ଟ ଓପନିଂ ସହ ମାତ୍ର ତିନି ଦିନରେ ଶହେ କୋଟି ରୋଜଗାର କରିବାର ରେକର୍ଡ ବନାଇ ପାରିଛି ଏହି ସିନେମାଟି ।

ୱାର୍ଲ୍ଡ ୱାଇଡ୍ ୪୦୦୦ ସ୍କ୍ରିନ୍ ରେ ରିଲିଜ୍ ହୋଇଥିବାବେଳେ, ଓଡିଶାରେ ମଧ୍ୟ ହ୍ରିତିକ୍ ଓ ଟାଇଗରଙ୍କ ଫ୍ୟାନ୍ ସେଲିବ୍ରେଟ୍ କରିଛନ୍ତି ୱାରର ସଫଳତାକୁ । ଭରପୁର ଆକ୍ସନ୍ ଓ ଥ୍ରୀଲର୍ କାହାଣୀକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି । ତେବେ ଏବେ ଯାହା ବ୍ୟବସାୟ ହୋଇଛି ଆଗୁ ଆହୁରି ବ୍ୟବସାୟ କରିବ ବୋଲି ଅନୁମାନ ହେଉଛି । କାରଣ ପୂଜା ବଜାର ଏବଂ ଛୁଟି ମଧ୍ୟ ଏହି ଫିଲ୍ମକୁ ଆହୁରି ବ୍ୟବସାୟ ଦେବ ବୋଲି ଜଣାପଡୁଛି ।

ଫିଲ୍ମ ସମ୍ପର୍କରେ କହିବାକୁ ଗଲେ ଏଥିରେ କବିର୍ ଚରିତ୍ରରେ ହ୍ରିତିକ୍ ଓ ଖାଲିଦ୍ ଚରିତ୍ରରେ ଅଭିନେତା ଟାଇଗର୍ ଶ୍ରଫଙ୍କୁ ଦେଖିବାକୁ ମିଳିଛି । ପରଦାରେ ପରସ୍ପରର ଦୁଶମନ୍ ଭାବେ ନଜର ଆସିଛନ୍ତି ହ୍ରିତିକ୍ – ଟାଇଗର୍ । ଆଉ ଦୁହିଁଙ୍କ ଭିତରେ ଜବରଦସ୍ତ ଫାଇଟ୍ ଦେଖିବାକୁ ମିଳିଛି ଏହି ଚଳଚ୍ଚିତ୍ରରେ । ଯାହା ଏହି ସିନେମାର ସେଲିଂ ପଏଁଟ୍ ସାବ୍ୟସ୍ତ ହୋଇଛି । ଅନ୍ୟପଟେ ହ୍ରିତିକ୍ ଓ ବାନି କପୁରଙ୍କ ରୋମାନ୍ସ ଆଉ ଏକ ମୁଖ୍ୟ ଆକର୍ଷଣ ରହିଛି ଏହି ସିନେମାର । ଦୁହିଁଙ୍କ ଭିତରେ ଜବରଦସ୍ତ କେମେଷ୍ଟ୍ରୀକୁ ଏହି ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ୟଶ୍ ରାଜ୍ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ବିଶାଲ୍ -ଶେଖର୍ । ଆଗାମୀ ଦିନରେ ଫିଲ୍ମଟି ଆହୁରି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More