Only for Entertainment

କରଣଙ୍କ ଚାଟ ଶୋ’ରେ ହେଲା ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କର ଏଂଟ୍ରି !

36

ଏଥର କରଣ ଜୋହରଙ୍କ ବିବାଦୀୟ ଏବଂ ପପୁଲାର ଚାଟ ଶୋ କଫି ୱିଦ କରଣ୬ରେ ଅନେକ ଭିନ୍ନ ଭିନ୍ନ ଯୋଡି ନଜର ଆସିଛନ୍ତି । ଏଥର ଶୋ’ରେ ସାରା ଅଲ୍ଲୀ ଖାନ , ଜାହ୍ନବୀ କପୂର, ଇଶାନ ଖଟ୍ଟର, ଆୟୁଶ୍ମାନ ଖୁରାନା ଏବଂ ବିକ୍କି କୌଶଲ ପ୍ରଥମ ଥର ଆସିଥିଲେ । ଏବେ ଆଉ ଏକ ଭିନ୍ନ ବଲିଉଡ ଯୋଡିଙ୍କୁ ଦେଖିବାକୁ ମିଳିବ । କଫି ୱିଦ କରଣର ଆଗାମୀ ଏପିସୋଡରେ ଆପଣ ବଲିଉଡ କଳାକାର ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କୁ ଦେଖିବେ । ଖୁବ ଶୀଘ୍ର ଏହି ଏପିସୋଡ ଆସିବାକୁ ଯାଉଛି ଯାହାର ପ୍ରମୋ ରିଲିଜ ହୋଇଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଭୂମି ପେଡନେକର ଏବଂ ରାଜକୁମାର ରାଓଙ୍କ ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ଯୋଡି ଏକାଠି ଫିଲ୍ମ କରି ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More