Only for Entertainment

ଅନୁପମ ଖେରଙ୍କୁ ମନମୋହନ ସିଂଙ୍କ ରୂପରେ ଦେଖି କଣ କହିଲେ ତାଙ୍କ ମା’ , ଦେଖନ୍ତୁ ଭିଡିଓ !

24

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ଙ୍କୁ ସମସ୍ତେ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି । ଏହି ପଲିଟିକାଲ ଡ୍ରାମା ଫିଲ୍ମରେ ମନମୋହନ ସିଂଙ୍କ ଭୂମିକାରେ ନଜର ଆସିବେ ଅନୁପମ ଖେର ତୁଲାଇଛନ୍ତି । ଠିକ ଗୋଟିଏ ଦିନ ପୂର୍ବରୁ ଅନୁପମ ଖେର ଏହି ଫିଲ୍ମର ଟ୍ରେଲର ଆସିବା କଥା ଘୋଷଣା କରିଥିଲେ । ଏବେ ଅନୁପମ ଖେର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଏହି ଭିଡିଓରେ ଖାସ କଥା ହେଉଛି ଏହି ଭିଡିଓରେ ଅନୁପମ ନୁହଁନ୍ତି ତାଙ୍କ ମା’ ନଜର ଆସିଛନ୍ତି । ଅନୁପମ ଖେରଙ୍କୁ ଯେତେବେଳେ ତାଙ୍କ ମା’ ପ୍ରଥମଥର ପୋଷ୍ଟରରେ ଦେଖିଥିଲେ କିଭଳି ରହିଥିଲା ତାଙ୍କ ପ୍ରତିକ୍ରିୟା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ଏଠାରେ ଆମେ କହି ରଖୁଛୁ ଯେ ଅକ୍ଷୟ ଖନ୍ନା ଏହି ଫିଲ୍ମରେ ସଂଜୟ ବାରୁଙ୍କ ଭୂମିକାରେ ନଜର ଆସିବେ ଏବଂ ଦିବ୍ୟା ସେଠ ଶାହ ଫିଲ୍ମରେ ମନମୋହନଙ୍କ ପତ୍ନୀ  ଗୁରୁ ଶରଣ କୌରଙ୍କ ଭୂମିକାରେ ନଜର ଆସିବେ ଏବଂ ଆହନା କୁମରା ପ୍ରିୟଙ୍କା ଗାନ୍ଧୀ ରୂପେ ନଜର ଆସିବେ । ଫିଲ୍ମର ନିର୍ଦ୍ଧେଶନା ନବୋଦିତ ବିଜୟ ରତ୍ନାକର ଗୁଟ୍ଟେ କରିଛନ୍ତି । ହଂସଲ ମେହେତା ଏହାର କ୍ରିଏଟିଭ ପ୍ରଡ୍ୟୁସର ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More