ବଉଆ ସିଂ ହୋଇ ବିଗବସରେ ପହଂଚିଥିବା ଶାହାରୁଖ ଖାନ ରୋମିଲଙ୍କ ଗୋଡ଼ ଟାଣୁଥିବାର ନଜର ଆସିଲେ ।
ବିଗବସର ଫିନାଲେ ଏବେ ମାତ୍ର କିଛି ଦିନ ବାକି ରହିଲା । ତେଣୁ ଶେଷ ସପ୍ତାହକୁ ଖାସ ବନାଇବା ପାଇଁ ନିର୍ମାତା ଖୁବ ପରିଶ୍ରମ କରୁଛନ୍ତି । କହିରଖୁଛଯେ ଏହି ସପ୍ତାହର ୱିକେଣ୍ଡ କା ବାର ଖୁବ ଖାସ ହେବାକୁ ଯାଉଛି । କାରଣ ହେଉଛି ଶୋ’ରେ ନଜର ଆସିବେ କିଙ୍ଗ ଖାନ ଅର୍ଥାତ ଶାହାରୁଖ । ଶାହାରୁଖ ତାଙ୍କ ଫିଲ୍ମ ଜିରୋର ପ୍ରମୋଶନ ପାଇଁ ବିଗବସ ଘରେ ନଜର ଆସିବେ । କହିରଖୁଛୁଯେ ଏହି ଫିଲ୍ମରେ ଶାହାରୁଖ ବଉଆ ସିଂ ଚରିତ୍ରରେ ଅଭିନୟ କରିଛନ୍ତି,ଯିଏ ଜଣେ ବାମନ ।
Bauua Singh ne lagaya #BiggBoss12 ke ghar mein call aur aa rahe hain woh unse milne #WeekendKaVaar mein! Watch @iamsrk and @BeingSalmanKhan on #BB12 tonight at 9 PM. #ZeroOnBB12@iamappyfizz @oppomobileindia @TheGarnierMan @letsdroom pic.twitter.com/AcOl9OAH99
— COLORS (@ColorsTV) December 15, 2018
ବିଗବସ ଘରକୁ ମଧ୍ୟ ବଉଆ ହୋଇ ଧମାଲ ମଚାଇବା ପାଇଁ ଆସିବେ ଶାହାରୁଖ । ସବୁଠାରୁ ଖାସ କଥା ହେଉଛି ଶାହାରୁଖ ଆପି ଫିଜ କଲର ଅଫ ଦ ୱିକ ହୋଇ ଏହି ଘରେ ପହଂଚିବେ । କଲ କରି ଶାହାରୁଖ ସଲମାନ ଏବଂ ରୋମିଲଙ୍କ ସହିତ କଥା ହେବେ । ଆଜିର ଏପିସୋଡ କେତେ ମଜାଦାର ହେବ ତାହା ଦେଖିବା ବାକି ରହିଲା ।