Only for Entertainment

ବାପା ହେଲେ କରଣ ପଟେଲ, ଝିଅ ଜନ୍ମ ଦେଲେ ଅଙ୍କିତା

hindirush
35

‘ୟେ ହୈ ମୋହବତେଁ’ରେ ମୁଖ୍ୟ ଚରିତ୍ରରେ ନଜର ଆସିଥିବା କରଣ ପଟେଲ ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଅଙ୍କିତା ଏକ ଝିଅକୁ ଜନ୍ମ ଦେଇଛନ୍ତି । ଝିଅର ଜନ୍ମ ପରେ କରଣ ଖୁବ ଖୁସି ଅଛନ୍ତି । ପିଙ୍କବିଲାକୁ ଦେଇଥିବା ଇଂଟରଭ୍ୟୁ ସମୟରେ କରଣ ପଟେଲ କହିଛନ୍ତିଯେ ଏକା ସାଙ୍ଗରେ ଏତେ ଇମୋଶନକୁ ନେଇ ମୁଁ ସ୍ତବ୍ଧ ଏବଂ ଆଶ୍ଚର୍ଯ୍ୟ । ଅଙ୍କିତା ଠିକ ଅଛି ଏବଂ ଏତେ ଭଲ ପାଇବା ଦେଇ ଥିବାରୁ ଆମ ପରିବାର ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଏହିଭଳି ଭଲ ପାଇବା ସବୁବେଳେ ଜାରି ରଖନ୍ତୁ ।

 


କରଣ ପଟେଲ ଏବଂ ଅଙ୍କିତା ଭାର୍ଗବ ୨୦୧୫ରେ ବିବାହ କରିଥିଲେ ଏବଂ ପୂର୍ବରୁ ଏକ ଇଂଟରଭ୍ୟୁରେ ମଧ୍ୟ କରଣ ଅଙ୍କିତା ଗର୍ଭବତୀ ଥିବା କଥା ଜଣାଇଥିଲେ । କେବଳ ସେତିକି ନୁହେଁ ରାଜୀବ ଖଣ୍ଡେଲୱାଲଙ୍କ ଶୋ ‘ଜଜବାତ’ରେ ଉଭୟ କରଣ ଏବଂ ଅଙ୍କିତା ଏହି ଖବର ଜଣାଇଥିଲେ । କରଣ ପଟେଲଙ୍କ କଥା ଯଦି ଆଲୋଚନା କରିବା ତେବେ ସେ ଖୁବଶୀଘ୍ର ଖତରୋଁ କେ ଖିଲାଡ଼ୀ ସିଜନ ୧୦ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More