Only for Entertainment

ହଠାତ ଫିଲ୍ମ ହଲରେ କାନ୍ଦିବାକୁ ଲାଗିଲେ ଏହି ଅଭିନେତ୍ରୀ !

67

ସାରାବିଶ୍ୱରେ ବକ୍ସ ଅଫିସ୍‌ରେ ହଲିଉଡ୍‌ ମାର୍ବଲ୍‌ ଷ୍ଟୁଡିଓ ଫିଲ୍ମ ଆଭେଞ୍ଜର୍ସ ଆଣ୍ଡ ଗେମ୍‌ ଧମାଲ ମଚାଇଛି । ୨୬ ଅପ୍ରେଲ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ସୂଚନାନୁସାରେ ଫିଲ୍ମକୁ ଦେଖି ଜଣେ ଟେଲି  ଅଭିନେତ୍ରୀ ଭାବୁକ ମଧ୍ୟ ହୋଇପଡିଛନ୍ତି। ପରଦାରେ ‘ୟେ ରିସ୍ତା କ୍ୟା କେହ୍‌ ଲାତାହୈ’ ବୋହୂ ସାଜିଥିବା ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ  ଏହି ଫିଲ୍ମ ଦେଖି ଥିଏଟରରେ ହିଁ କାନ୍ଦିବାକୁ ଲାଗିପଡିଛନ୍ତି।

ଶିବାଙ୍ଗୀ କାନ୍ଦୁଥିବାର ଭିଡିଓ ତାଙ୍କ ଫ୍ୟାନ୍‌ ପେଜ୍‌ରେ ସେୟାର କରାଯାଇଛି। ଏହି ଭିଡିଓକୁ ‘ୟେ ହେ ମୋହବତେ’ରେ ଅଭିନୟ କରୁଥିବା ଅଭିନେତ୍ରୀ ଆଦିତି ସୁଟ୍‌ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More