Only for Entertainment

ରିଲିଜ ହେଲା ବଲିଉଡ ହରର ଫିଲ୍ମ ‘ମୁସ୍କିଲ୍’ର ରୋମାଣ୍ଟିକ୍ ଗୀତ ‘ୟୁ ହିଁ ନହିଁ’, ଦେଖନ୍ତୁ ଭିଡିଓ

you tube
42

ବଲିଉଡରେ ପ୍ରସ୍ତୁତ ହୋଇଛି ରୋମାଂଟିକ୍ – ହରର୍ ଫିଲ୍ମ ‘ମୁସ୍କିଲ୍’ । ଏହି ସିନେମାରେ ନାୟକ ଭାବେ ଅଭିନେତା କୁନାଲ୍ ରୟ କପୁରଙ୍କୁ ଦେଖିବାକୁ ମିଳିବ । ଏବଂ ସିନେମାରେ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ନାଜିଆ ହୁସୈନ୍ । ଦୁହିଁଙ୍କୁ ନେଇ ରିଲିଜ୍ ହୋଇଛି ରୋମାଂଟିକ୍ ଗୀତ ‘ୟୁ ହିଁ ନହିଁ’ । ଆକର୍ଷଣୀୟ ଲୋକେସନ୍ ଆଉ ନାୟକ – ନାୟିକାଙ୍କ ରୋମାନ୍ସ ଏହି ଗୀତଟିକୁ କରିଛି ଆହୁରି ଆଟ୍ରାକ୍ଟିଭ୍ । ଗୀତରେ ଶୁଣିବାକୁ ମିଳିଛି ୱର୍ଦ୍ଧନ୍ ସିଂ ଓ ମୀନଲ୍ ଜୈନଙ୍କ ହୃଦୟସ୍ପର୍ଶୀ ଗାୟିକୀ । ଏହି ମନଛୁଁଆ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ୱର୍ଦ୍ଧନ୍ ସିଂ । ଗୀତର ଲିରିକ୍ସ ଦେଇଛନ୍ତି ଅଂଜାନ୍ ସାଗ୍ରି ।

ଜି ମ୍ୟୁଜିକ୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ଏହି ଗୀତଟି । ରବିନ୍ଦ୍ରର୍ ଜୀତ୍ ଦରିୟାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରାଜିବ୍ ରୁୟିଆ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ମୁସ୍କିଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More