ଛୋଟ ପରଦାରେ ହୋଷ୍ଟ ଭାବରେ ନଜର ଆସିବେ ଜରୀନ୍ ଖାନ୍
ବଲିଉଡ ଅଭିନେତ୍ରୀ ଜରୀନ୍ ଖାନ୍ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । କହିରଖୁଛୁ ଜରୀନ୍ ଖାନ୍ ସଲମାନ ଖାନଙ୍କ ଫିଲ୍ମ ‘ ବୀର’ରେ ବଲିଉଡ ଡେବ୍ୟୁ କରିଥିଲେ । ଯେଉଁଥିରେ ମୁଖ୍ୟ ଚରିତ୍ରରେ ବା ରାଜକୁମାରୀ ଚରିତ୍ର୍ରରେତାଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରାଯାଇଥିଲା । କେବଳ ସେତିକି ନୁହେଁ ଜରୀନଙ୍କୁ ଦେଖିବା ପରେ ଦର୍ଶକ କ୍ୟାଟ୍ରିନା କୈଫଙ୍କ କାର୍ବନ କପି ବୋଲି କହିବାକୁ ଲାଗିଲେ । ଯଦିଓ ଏହାପରେ ଜରୀନ ‘ହେଟଷ୍ଟୋରୀ ଥ୍ରି’, ‘ଅକ୍ସର ଟୁ’, ‘୧୯୨୧’ ଓ ହାଉସଫୁଲ ଟୁ ଇତ୍ୟାଦି ଫିଲ୍ମରେ ନଜର ଆସିଥିଲେ ତଥାପି ତାଙ୍କ ବଲିଉଡ କ୍ୟାରିଅର ଏତେ ଉପରକୁ ଉଠି ପାରିଲା ନାହିଁ ।
ଖବର ଅନୁସାରେ ଜରୀନ୍ ଏବେ ଏକ ଟିଭି ଶୋ’ରେ ହୋଷ୍ଟ ଭାବରେ ନଜର ଆସିବେ । ଶୋ ଏଏକ୍ସଏନରେ ପ୍ରସାରିତ ହେବ ।