Only for Entertainment

ଇମରାନ ହାସମିଙ୍କ ଟାଇଗର୍ସ ଟ୍ରେଲର ରିଲିଜ , ଦେଖନ୍ତୁୁ !

YOUTUBE
52

ରିଲିଜ ହେଲା ଇମରାନ ହାସମିଙ୍କ ଅଭିନୀତ ଫିଲ୍ମ ଟଇଗର୍ସର ପ୍ରଥମ ଟ୍ରେଲର । ଓସ୍କାର ଜିତିଥିବା ନିର୍ଦ୍ଧେଶକ ଡେନିସ ଟାନୋଭିକଙ୍କ ନିର୍ଦ୍ଧେଶନାରେ ପ୍ରସ୍ତୁତ ହେଇଛି ଏହି ସିନେମା । ଏହି ସିନେମାଟି ଏକ ସତ୍ୟ କାହାଣୀ ଉପରେ ଆଧାରିତ ହେଇଛି । ଫିଲ୍ମରେ ଇମରାନ ଜଣେ ମଲଟିନେସନାଲ କମ୍ପାନୀର ସେଲସମ୍ୟାନର ଭୂମିକାରେ ନଜର ଆସିଛନ୍ତି ଯିଏକି ଏକ ବେବି ପ୍ରଡକ୍ଟ ପ୍ରସ୍ତୁତ କରେ ।

ରିଲିଜ ହେଇଥିବା ଟ୍ରେଲରରେ ଦେଖିବାକୁ ମିଳିଛି ଇମରାନଙ୍କ ଜୀବନରେ ଆସୁଥିବା କିଛି ସଂଘର୍ଷମୟ କାହାଣୀର ଝଲକ । ଇମରାନ ଯେଉଁ କମ୍ପାନ୍ୀର ପ୍ରଡକ୍ଟକୁ ବିକ୍ରି କରିଥାନ୍ତି ସେହି ପ୍ରଡକ୍ଟ କୁ ଖାଇବା ପରେ ଅନେକ ଛୁଆଙ୍କ ଜୀବନ ଚାଲିଯାଏ ଏବଂ ଆଉ କିଛି ମୃତ୍ୟୁ ସହ ସଂଗ୍ରାମ କରନ୍ତି । ଏହି କଥା ଯେତେବେବେଳ ଇମରାନ ଜାଣନ୍ତି ତାପରେ ସେ କମ୍ପାନୀରୁ ଚାକିରି ଛାଡିବା ସହ କମ୍ପାନୀର ପର୍ଦ୍ଧାଫାସ କରିବା ପାଇଁ ଲାଗିପଡନ୍ତି ଏବଂ ସେତିିକି ବେଳେ ଯାହାସବୁ ଘଟେ ତାଙ୍କ ସହ ସେ ସବୁକୁ ଦର୍ଶାଯାଈଛି ଏହି ଟ୍ରେଲରରେ ।

 

ଫିଲ୍ମରେ ଇମରାନ ହାସମିଙ୍କ ସମେତ ଗିତାଞ୍ଜଳି, ଆଦିଲ ହୁସେନ, ଡାନି ହସଟନଙ୍କୁ ବି କିଛି ପ୍ରମୁଖୁ ଭୂମିକାରେ ଦେଖିବାକୁ ମିଳିବ । ୨୧ ନଭେମ୍ବରରେ ଜି୫ରେ ରିଲିଜ ହେବ ଟାଇଗର୍ସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More