ଅମୀର ଏବଂ ସଲମାନଙ୍କ ଏହି ରେକର୍ଡ଼ ଭାଙ୍ଗି ପାରିଲା ନାହିଁ ଶାହାରୁଖଙ୍କ ଜିରୋ ।
ଶାହାରୁଖଙ୍କ ଅଭିନୀତ ଫିଲ୍ମ ଜିରୋ ସିନେମାଘରେ ରିଲିଜ ହୋଇ ସାରିଛି ।ବର୍ଷର ସମସ୍ତ ବଡ଼ ଫିଲ୍ମ ମାନଙ୍କ ମଧ୍ୟରେ ଜିରୋ ଗୋଟିଏ । ପ୍ରାୟ ୬ ବର୍ଷ ପରେ ଶାହାରୁଖ,କ୍ୟାଟ୍ରିନା ଏବଂ ଅନୁଷ୍କା ଏକା ସାଙ୍ଗରେ ନଜର ଆସିଛନ୍ତି । ସମସ୍ତଙ୍କ ଚରିତ୍ର ସମସ୍ତଙ୍କ ଠାରୁ ଭିନ୍ନ । ଅମୀର ଏବଂ ସଲମାନଙ୍କ ପରେ ଶାହାରୁଖଙ୍କ ଏହି ଫିଲ୍ମର ବର୍ଷର ତୃତୀୟ ବଡ଼ ଫିଲ୍ମ ।
#Xclusiv…#Zero screen count…
India: 4380
Overseas: 1585
Worldwide total: 5965 screens
Some key international territories will open later.— taran adarsh (@taran_adarsh) December 20, 2018
ଟ୍ରେଣ୍ଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ଅନୁସାରେ ଫିଲ୍ମ ଭାରତରେ ୪୩୮୦ଟି ସ୍କ୍ରିନରେ ରିଲିଜ ହୋଇଛି । ଦେଶ ବାହାରେ ଫିଲ୍ମକୁ ୧୫୮୫ଟି ସ୍କ୍ରିନ ମିଳିଛି । ଫିଲ୍ମ ୫୯୬୫ଟି ସ୍କ୍ରିନରେ ରିଲିଜ ହୋଇଛି । ଏହା ବ୍ୟତୀତ ଫିଲ୍ମକୁ ଅନ୍ୟ କେତକ ସ୍ଥାନରେ ମଧ୍ୟ ରିଲିଜ କରାଯିବ । ବକ୍ସ ଅଫିସ ଅନୁସାରେ ଫିଲ୍ମ ପ୍ରଥମ ୱିକେଣ୍ଡରେ ୭୫ କୋଟିରୁ ୯୦ କୋଟି ଇନକମ କରିପାରେ ।
#Zero certified 12A by British censors on 13 December 2018. Approved run time: 163 min 55 sec [2 hours, 43 minutes, 55 seconds]… #Overseas #UK
— taran adarsh (@taran_adarsh) December 14, 2018
ଏହା ପୂର୍ବରୁ ଅମୀରଙ୍କ ଫିଲ୍ମକୁ ୫୦୦୦ ସ୍କ୍ରିନ ମିଳିଥିଲା ।ଅମୀରଙ୍କ ଠଗ୍ସ ଅଫ ହିନ୍ଦୋସ୍ତାନକୁ ଫିଲ୍ମକୁ ଭାରତରେ ସବୁଠାରୁ ଅଧିକ ସ୍କ୍ରିନ ମିଳିଥିଲା । ଦ୍ୱିତୀୟରେ ରହିଛି ସଲମାନଙ୍କ ରେସ ଥ୍ରି । ଏହାକୁ ୪୪୦୦ ସ୍କ୍ରିନ ମିଳିଥିଲା ।କିନ୍ତୁ ଅମୀର ଏବଂ ସଲମାନଙ୍କ ରେକର୍ଡ଼କୁ ଭାଙ୍ଗି ପାରିଲା ନାହିଁ ଜିରୋ । ଉଭୟଙ୍କ ଅପେକ୍ଷା ଜିରୋକୁ କମ ସ୍କ୍ରିନ ମିଳିଛି ।