Only for Entertainment

ମହଙ୍ଗା ଆକ୍ଟରଙ୍କ ଲିଷ୍ଟରୁ ଶାହାରୁଖ ବାହାର, ସଲମାନଙ୍କ ଆଗରେ ଅକ୍ଷୟ କୁମାର ।

AAJTAK
0 57

ଫୋର୍ବସ ଦୁନିଆରେ ସବୁଠାରୁ ମହଙ୍ଗା ଆକ୍ଟରଙ୍କ ଲିଷ୍ଟ ଆସି ସାରିଛି । ଏଥିରେ ପୁଣିଥରେ ସଲମାନ ଏବଂ ଅକ୍ଷୟ କୁମାର ନିଜର ସ୍ଥାନ ତିଆରି କରି ପାରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ଶାହାରୁଖଙ୍କ ନାମ ନାହିଁ ।

ଶାହାରୁଖଙ୍କ ନାମ ପ୍ରାୟତଃ ରହିଥାଏ । କିନ୍ତୁ ଏହିଥର ଦୁନିଆର ସବୁଠାରୁ ମହଙ୍ଗା ତାରକାଙ୍କ ମଧ୍ୟରୁ ସେ ବାହାର ହୋଇ ଯାଇଛନ୍ତି । ଫୋର୍ବସ ଲିଷ୍ଟରେ ଅକ୍ଷୟ କୁମାର ୭୬ ତମ ସ୍ଥାନରେ ଅଛନ୍ତି ଏବଂ ସଲମାନ ୮୨ ତମ ସ୍ଥାନରେ । ୨୦୧୭ରେ ଶାହାରୁଖଙ୍କୁ ଫୋର୍ବସ ଲିଷ୍ଟରେ ୬୫ ତମ ସ୍ଥାନ ମିଳିଥିଲା ।

ଲିଷ୍ଟ ଅନୁସାରେ ଏ ବର୍ଷ ଅକ୍ଷୟ କୁମାର ୩.୦୭ ଆରବ ଇନକମ କରିଛନ୍ତି ଏବଂ ସଲମାନ ୨.୫୭ ଆରବ । ଅକ୍ଷୟଙ୍କ ଟଏଲେଟ ଏକ ପ୍ରେମ କଥା ଏବଂ ପ୍ୟାଡମ୍ୟାନ ଭଲ ଇନକମ କରିଥିଲା । ଏହା ସହିତ ୨୦ଟି ବ୍ରାଣ୍ଡର ଏଣ୍ଡୋର୍ସମେଂଟ କରି ସେ ଭଲ ଇନକମ କରିଥିଲେ ।

ସଲମାନ ଫିଲ୍ମ ଟାଇଗର ଜିନ୍ଦା ହୈରୁ ଭଲ ଇନକମ କରିଥିଲେ ଓ ଏହା ସହିତ କେତେକ ବ୍ରାଣ୍ଡ ଏଣ୍ଡୋର୍ସମେଂଟ କରି ମଧ୍ୟ ଇନକମ କରିଥିଲେ ।

ଫୋର୍ବସ ଲିଷ୍ଟରେ ପ୍ରଥମ ସଂଖ୍ୟାରେ ଅଛନ୍ତି ଆମେରିକା ବକ୍ସର ଫ୍ଲାୟଡ ମେବେଦର । ଦ୍ୱତୀୟରେ ଜଜ କ୍ଲୁନି,ତୃତୀୟରେ କାଇଲି ଜେନ.ଚତୁର୍ଥରେ ଜୁଡି ସିନଡ୍ଲିନ ଓ ପଂଚମରେ ଇଭେନ ଜନସନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More