Only for Entertainment

ଦର୍ଶକଙ୍କୁ ମିଳିଗଲେ ୨ ବର୍ଷୀୟ ଲତା ମଙ୍ଗେସ୍କର, ସୋସିଆଲ ମିଡିଆରେ ଭାଇରାଲ

36

ସୋସିଆଲ ମିଡିଆରେ ପ୍ରତିଦିନ ଆମେ ବିଭିନ୍ନ ପ୍ରକାରର ଭିଡିଓ ଦେଖି ଥାଉ। କିନ୍ତୁ ସୋସିଆଲ ମିଡିଆ ଜରିଆରେ ରାତାରାତି ଷ୍ଟାର ପାଲଟିଥିବା ବ୍ୟକ୍ତିଙ୍କ ମଧ୍ୟରେ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ ।ରାନୁ ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନ୍‌ରେ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହୈ..’ ଗାଇଥିଲେ। ଏହି ଭିଡିଓଟି ତାଙ୍କର ଖୁବ ଭାଇରାଲ ହୋଇଥିଲା। ଏହି ଗୀତ ପାଇଁ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ରାନୁ ମଣ୍ଡଳଙ୍କ ଏହି ଗୀତ ଲକ୍ଷାଧିକ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିବା ବେଳେ ଏବେ ଦୁଇବର୍ଷର ଏକ ଶିଶୁ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

 

 

View this post on Instagram

 

#Musicon #lagjagale🎵 #latamangeshkarji 🙏🙏🙏#babygirl🎀

A post shared by Pragya Medha (@pragyamedha11) on

ଏହି ଭିଡିଓରେ ଶିଶୁଟି ତାର କୁନି କଣ୍ଠରେ ଅତି ସୁନ୍ଦର ଭାବେ ‘ଲଗ ଜା ଗଲେ..’ ଗୀତକୁ ଗାଉଥିବା ଦେଖିବାକୁ ମିଳିଛି। ଏହି ଶିଶୁଟିର ନାମ ପ୍ରଜ୍ଞା ମେଧା ବୋଲି ଜଣାପଡ଼ିଛି। ଶିଶୁଟି ଗାଉଥିବା ଗୀତଟି ୧୯୬୪ ମସିହାରେ ରିଲିଜ ହୋଇଥିବା ସିନେମା ୱ କୌନ୍‌ ଥି’ର ରହିଥିଲା। ଯାହା ସେ ସମୟରେ ଖୁବ୍ ଲୋକପ୍ରିୟ ହୋଇଥିବା ସହ ଏବେ ମଧ୍ୟ ଲୋକପ୍ରିୟ ହୋଇ ରହିଛି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More