Only for Entertainment

ଶେଷ ହେଲା ଭିନ୍ନ ସ୍ୱାଦର ଫିଲ୍ମ ୪ ଇଡିଅଟସର ସୁଟିଂ ।

youtube
0 64

ଓଲିଉଡରେ ଦେଖିବାକୁ ମିଳିବ ବଲିଉଡ ତଡ଼କା । ବଡ଼ ବଜେଟରେ ନିର୍ମାଣ ହୋଇଛି ଓଡ଼ିଆ ଫିଲ୍ମ ୪ ଇଡିଅଟସ । ଏକ ଭିନ୍ନ ଧରଣର ଛବି ନଜର ଆସିବ ଏହି ଫିଲ୍ମରେ । ତେବେ ଫିଲ୍ମର କାହାଣୀ ବଲିଉଡର ୩ ଇଡିଅଟସ ଠାରୁ ସଂପୂର୍ଣ୍ଣ ଭିନ୍ନ ।

ଫିଲ୍ମର ସୁଟିଂ ୨୬ ଅପ୍ରେଲରେ ଆରମ୍ଭ ହୋଇ ୨୧ ମଇରେ ଶେଷ ହୋଇଛି । ଫିଲ୍ମ କେବଳ ଓଡ଼ିଶାରେ ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ସୁଟିଂ ହୋଇଛି । ଫିଲ୍ମର ସୁଟିଂ ଓଡ଼ିଶା,ଥାଇଲାଣ୍ଡ,ସିଙ୍ଗାପୁର ଏବଂ କ୍ୱାଲମ ପୁରରେ ହୋଇଛି । ଫିଲ୍ମରେ ସବ୍ୟସାଚୀ,କୁନା ତ୍ରିପାଠୀ,ଆକାଶ ଦାସ ନାୟକ, ଚିତ୍ତ ତ୍ରିପାଠୀ,ଏଲିନା,ପୁନମ,ଚାନ୍ଦିନୀ ଏବଂ ଲିପ୍ସା ମିଶ୍ର ମୁଖ୍ୟ ଭୂମିକାରେ ନଜର ଆସିବେ ।

ଫିଲ୍ମଟି ସଂପୂର୍ଣ୍ଣ ଭିନ୍ନ ଧରଣର । ଯେଉଁଥିରେ ଅଭିନେତାଙ୍କର ଏକ୍ସଟ୍ରା ମ୍ୟାରିଟାଲ ସାଇଡ ଇଫେକ୍ଟ ନଜର ଆସିବ । ତେବେ ଫିଲ୍ମରେ ସବ୍ୟସାଚୀଙ୍କ ବ୍ୟତୀତ ଅନ୍ୟ ତିନି ଅଭିନେତା ବିବାହିତ ଚରିତ୍ରରେ ନଜର ଆସିବେ ।
ଖବର ଅନୁସାରେ ଫିଲ୍ମଟି ୧.୫ କୋଟି ବଜେଟରେ ନିର୍ମାଣ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More