Only for Entertainment

ସଲମାନଙ୍କ ଜିଦ ସାମ୍ନାରେ ନଇଁଲା ପାକିସ୍ତାନ,ମିଳିଲା ଗ୍ରୀନ ସିଗନାଲ ।

amarujala
0 75

ଇଦ ମୌକାରେ ସଲମାନଙ୍କ ରେସ ଥ୍ରି ରିଲିଜ ହେବା ପାଇଁ ରାସ୍ତା ପରିଷ୍କାର ହୋଇସାରିଛି । ପାକିସ୍ତାନରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଇଦ ପାଇଁ ଭାରତୀୟ ଫିଲ୍ମ ଉପରେ ଲଗାଇଥିବା ଦୁଇ ସପ୍ତାହ ବ୍ୟାନକୁ ୧ ସପ୍ତାହ କରି ଦେଇଛନ୍ତି ।
ସୋମବାର ଦିନ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ନୋଟିଫିକେସନରେ ସୂଚନା ଦିଆଯାଇଛିଯେ ଭାରତୀୟ ଫିଲ୍ମ ଉପରେ ଇଦର ଦୁଇଦିନ ପୂର୍ବରୁ ଏବଂ ଛୁଟିର ଏକ ସପ୍ତାହ ପର ପର୍ଯ୍ୟନ୍ତ ବ୍ୟାନ ଲାଗୁ ରହିବ ।

ପାକିସ୍ତାନରେ ସଲମାନଙ୍କ ପ୍ରଶଂସକଙ୍କ ସଂଖ୍ୟା ଅଧିକ । ସ୍ଥାନୀୟ ବିତରକଙ୍କ ଚାପ ମଧ୍ୟ ଥିଲାଯେ ଏହି ବ୍ୟାନକୁ ଉଠାଯାଉ,କାରଣ ବାଣିଜ୍ୟ ବାଧାପ୍ରାପ୍ତ ହେବ ।

ବାସ୍ତବରେ ଇଦ ମୌକାରେ ମାହିରା ଖାନଙ୍କ ଫିଲ୍ମ ‘୭ ଦିନ ମୋହବତ’ ଏବଂ ଜାଭେଦ ଶେଖଙ୍କ ‘ବଜୁଦ’ ରିଲିଜ ହେବାକୁ ଯାଉଛି । ତେଣୁ ସେମାନଙ୍କ ଉପରେ କୌଣସି ପ୍ରଭାବ ନ ପଡ଼ିବା ପାଇଁ ଏଭଳି କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More