Only for Entertainment

ସମସ୍ତେ ଦେଖିବା ଦରକାର ପ୍ୟାଡ଼ମ୍ୟାନ,ଜାଣନ୍ତୁ ୫ଟି ବଡ଼ କାରଣ ।

the huffingtone post india
0 42

ଗତକାଲି ଫିଲ୍ମ ପ୍ୟାଡ଼ମ୍ୟାନ ବକ୍ସ ଅଫିସରେ ରିଲିଜ ହୋଇ ସାରିଛି । ଧମାକାଦାର ଆରମ୍ଭ ସହିତ ଲୋକଙ୍କୁ ଜାଗରଣ ପାଇଁ ନିର୍ଦ୍ଦେଶ ଦେଇଛି । ଯାହାକୁ ଜାଣିବା ନିହାତି ଆବଶ୍ୟକ । ତେବେ ଚାଲନ୍ତୁ ଆଲୋଚନା କରିବା ସେହି ୫ଟି ବଡ଼ କାରଣ ବିଷୟରେ ।

  • ବଲିଉଡରେ ପ୍ରଥମ ଥର ପାଇଁ ଏଭଳି ଫିଲ୍ମ ନିର୍ମାଣ କରାଯାଇଛି ଯାହା ବିଷୟରେ ସମସ୍ତେ ଜାଣନ୍ତି କିନ୍ତୁ ସେହି ବିଷୟରେ କଥା ହେବାକୁ ସଙ୍କୋଚ ଅନୁଭବ କରନ୍ତି । ଏହି ଫିଲ୍ମରେ ମହିଳାଙ୍କ ପିରିୟଡସକୁ ନେଇ ହେଉଥିବା ସମସ୍ୟା ବିଷୟରେ ଦର୍ଶାଯାଇଛି । ତେଣୁ ଏହି ଫିଲ୍ମକୁ ଦେଖିବା ନିହାତି କରୁରୀ ।
  • ଏହି ଫିଲ୍ମରେ ଅକ୍ଷୟ ଏବଂ ରାଧିକା ଆପ୍ତେଙ୍କ ଅଭିନୟ ସମ୍ପୂର୍ଣ୍ଣ ନିଛକ ଲାଗୁଛି । ତେବେ ଏହି ଦୁଇଜଣ ନିଜର ଜବରଦସ୍ତ ଅଭିନୟରେ ଦର୍ଶକଙ୍କ ହୃଦୟକୁ ଅତି ସହଜରେ ଜିତି ପାରିବେ ବୋଲି ଆଶା କରାଯାଉଛି ।
  • ଫିଲ୍ମରେ ଦମଦାର ଡାଏଲଗ ବ୍ୟବହାର କରାଯାଇଛି । ଯେପରି “ଆମେରିକା ପାଖରେ ସୁପରମ୍ୟାନ ଅଛି,ସ୍ପାଇଡର ମ୍ୟାନ ଅଛି କିନ୍ତୁ ଭାରତରେ ପ୍ୟାଡମ୍ୟାନ ଅଛି” ।
  • ଫିଲ୍ମରେ ଜଣେ ସାଧାରଣ ମଣିଷର ସାହସ ଓ ଇଛା ଶକ୍ତି ବିଷୟରେ ଦେଖାଯାଇଛି । ଯଦି କୌଣସି ବ୍ୟକ୍ତି ଏକ କାମ କରିବାକୁ ନିଷ୍ପତ୍ତି ନିଏ ଏବଂ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ପ୍ରତିଜ୍ଞାବଦ୍ଧ ହୁଏ ତେବେ ସେ ଅତି ସହଜରେ ସେହି ସ୍ଥାନରେ ପହଂଚି ପାରିବ ।
  • ଅରୁଣାଚଳମ ଗୁଗନାଥମଙ୍କ ସତ୍ୟ ଚରିତ୍ର ଉପରେ ଆଧାରିତ ଫିଲ୍ମ ପ୍ୟାଡ଼ମ୍ୟାନ ଜରିଆରେ ନିର୍ଦ୍ଦେଶକ ଆର ବଲ୍କି ଏବଂ ଅକ୍ଷୟ କୁମାର ପିରିୟଡ଼ସରେ ସ୍ୱଚ୍ଛ ରହିବା ପାଇଁ ଜାଗ୍ରତ କରିଛନ୍ତି । ପୁରୁଷ ହୁଅନ୍ତୁ କିମ୍ବା ମହିଳା ବିନା ସଙ୍କୋଚରେ ଏହି ବିଷୟରେ ଆଲୋଚନା କରିବା ଉଚିତ ବୋଲି ଅକ୍ଷୟ ସନ୍ଦେଶ ଦେଇଛନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More