Only for Entertainment

ମାଗାଜିନରେ ଅଭିନେତ୍ରୀ ପୂଜା ହେଗଡେଙ୍କ ହଟ ଲୁକ !

femina
0 130

ଚର୍ଚ୍ଚାରେ ହ୍ରିତିକଙ୍କ ନାୟିକା । ଚଳଚ୍ଚିତ୍ର ମହେଂଜୋଦାରୋ ଜରିଆରେ ବଲିଉଡରେ ଏଂଟ୍ରି କରିଥିବା ଅଭିନେତ୍ରୀ ପୂଜା ହେଗଡେଙ୍କ ନିକଟରେ ଦେଖିବାକୁ ମିଳିଛି ହଟ୍ ଲୁକ୍ । ନିଜର ଏହି ହଟ୍ ଫଟୋସୁଟ୍ବେଳେ ପୂଜା ସେୟାର୍ କରିଛନ୍ତି ନିଜର ବ୍ୟୁଟି ସିକ୍ରେଟ୍ ।

ବଲିଉଡରେ ନିଜ ଗ୍ଲାମର୍ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ପୂଜା ହେଗଡେ । ଅଭିନେତା ହ୍ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ଭାବେ ପୂଜା ହେଗଡେ କରିଥିଲେ ବଲିଉଡ ଏଂଟ୍ରି । ତେବେ ଫ୍ୟାସନ ଦୁନିଆରେ ବି ରହିଛି ପୂଜାଙ୍କ ଅନେକ ଖ୍ୟାତି ।

ନିକଟରେ ଏହି ବି-ଟାଉନ ସୁନ୍ଦରୀ ନଜର ଆସିଥିଲେ ଏକ ଫଟୋସୁଟରେ । ଫେମିନା ମାଗାଜିନ ପାଇଁ ଫଟୋସୁଟ କରିବାରେ ନଜର ଆସିଥିଲେ ପୂଜା । ତେବେ ପୂଜା ପ୍ରଥମ ଥର ପାଇଁ ଫେମିନା ମାଗାଜିନର କଭର୍ ଗର୍ଲ ହେବାର ସୁଯୋଗ ପାଇଛନ୍ତି । ନିଜର ଏହି ଫେମିନା ସୁଟରେ ଅଭିନେତ୍ରୀ ପୂଜା ସେୟାର୍ କରିଥିଲେ ଅନେକ ବ୍ୟୁଟି ସିକ୍ରେଟ ।

ଫେମିନା ମାଗାଜିନର ଏପ୍ରିଲ୍ ମାସ ସଂସ୍କରଣରେ ପୂଜାଙ୍କ ଏହି ସବୁ ଫଟୋ ସ୍ଥାନ ପାଇଛି । ଫଟୋରେ ବେଶ ଆଟ୍ରାକ୍ଟିଭ ଲାଗୁଛନ୍ତି ପୂଜା । ସମର୍ ସିଜିନକୁ ନଜରରେ ରଖି ପୂଜାଙ୍କୁ ସେହିପରି ହଟ୍ ଲୁକ ଦିଆ ଯାଇଛି । ବିକିନିରେ ଝଲିସିଛି ପୂଜାଙ୍କ ଅନ୍ଦାଜ । ତେବେ ପୂଜା ଏବେ ବଲିଉଡ ସମେତ ସାଉଥ ଇଣ୍ଡଷ୍ଟ୍ରୀରେ ବି ନିଜ ଅଭିନୟ ଯାତ୍ରା ଜାରି ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More