Only for Entertainment

ମଲାଇକାଙ୍କ ପାଇଁ ଅର୍ଜୁନଙ୍କ ପୋଜେସିଭନେସ୍, IFFM ହୋଷ୍ଟ କରଣ ଠାକର ଫ୍ଲଟ କରିବାରୁ କହିଲେ…

news 18
110

ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଅରୋରା ନିଜର ରିଲେସନସିପ ଏବେ ଖୁବ ଚର୍ଚ୍ଚାରେ । ଇତି ମଧ୍ୟରେ ଦୁହିଁଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆପଣ ମଲାଇକାଙ୍କ ପ୍ରତି ଅର୍ଜୁନ କେତେ ପୋଜେସିଭ ତାହା ଦେଖିପାରିବେ ।

ନିକଟରେ ମେଲବର୍ଣ୍ଣରେ ଅନୁଷ୍ଠିତ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିବାଲରେ ଏକାଠି ପହଁଚିଥିଲେ ଅର୍ଜୁନ୍ – ମଲାଇକା । ଆଉ ଏହି ଯୋଡି ଏକାଠି ମଧ୍ୟ ବସିଥିଲେ । ଏହି ଶୋ’କୁ ହୋଷ୍ଟ କରୁଥିଲେ ଟିଭି ଷ୍ଟାର୍ କରଣ ଠାକର୍ । ଆଉ ନିଜ ଉପସ୍ଥାପନା ସମୟରେ କରଣ ଷ୍ଟେଜରୁ ଓହ୍ଲାଇ ଆସି ମଲାଇକାଙ୍କ ସହ ଫ୍ଲର୍ଟ କରିବା ଆରମ୍ଭ କରିଥିଲେ । ଫ୍ଲଟ କରି କରଣ କହିଥିଲେ ୨୦ ଘଣ୍ଟା ଫ୍ଲାଇଟରେ ଯାତ୍ରା କରି ମଧ୍ୟ ଆପମ ଖୁବ ଗର୍ଜିଅସ ଦେଖାଯାଇଛନ୍ତି । ଯାହା ସହି ପାରି ନଥିଲେ ତାଙ୍କ ବୟଫ୍ରେଣ୍ଡ ଅର୍ଜୁନ୍ କପୁର୍ ।

 

ଶୋ’ରେ ସଭିଁଙ୍କ ଆଗରେ ଅର୍ଜୁନ କରଣ ଠାକରଙ୍କୁ ମଜାରେ କହିଥିଲେ ପଛରେ ଜଣେ ଲେଡି ଅଛନ୍ତି ଯାଅ ସେଠି ଫ୍ଲଟ କର । ତେବେ ଏହି ମଜା କଥାରେ ମଧ୍ୟ ଅର୍ଜୁନ ମଲାଇକାଙ୍କୁ ନେଇ କେତେ ପୋଜେସିଭ ତାହା ସ୍ପଷ୍ଟ ବାରି ହୋଇପଡୁଛି । ଏହି ସମୟର କିଛି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More