Only for Entertainment

ବାପା ଆମୀରଙ୍କ ପିଠିରେ ଚଢି ଦହି ହାଣ୍ଡି ଭାଙ୍ଗିଲେ ଆଜାଦ, ଦେଖନ୍ତୁ ଭାଇରାଲ ଭିଡ଼ିଓ

hindirush
102

ଦେଶ ସାରା କୃଷ୍ଣଙ୍କ ଜନ୍ମାଷ୍ଟମୀକୁ ଖୁବ ଧୁମଧାମରେ ପାଳନ କରାଯାଇଛି । ଏଭଳି ସମୟରେ କୃଷ୍ଣଙ୍କ ପ୍ରେମରୁ ବଲିଉଡ ଷ୍ଟାର ମଧ୍ୟ ନିଜକୁ ଅଲଗା କରିପାରି ନାହାଁନ୍ତି । ଷ୍ଟାରମାନେ ମଧ୍ୟ ଜନ୍ମାଷ୍ଟମୀକୁ ନିଆରା ଅନ୍ଦାଜରେ ପାଳନ କରିଛନ୍ତି । ଏହି ମଧ୍ୟରେ ଆମ ନିକଟରେ ଏଭଳି ଏକ ଭିଡ଼ିଓ ପହଂଚିଛି ଯାହାକୁ ଦେଖିବା ପରେ ଆପଣଙ୍କ ଖୁସିର ଠିକଣା ରହିବ ନାହିଁ । କାରଣ ଭିଡ଼ିଓଟି ହେଉଛି ମିଷ୍ଟର ପର୍ଫେକ୍ସନିଷ୍ଟ ମାନେ ସମସ୍ତଙ୍କ ପ୍ରିୟ କଳାକାର ଆମୀର ଖାନ ଏବଂ ତାଙ୍କ ପୁଅର । ଜନ୍ମାଷ୍ଟମୀର ଖାସ ସୁଯୋଗରେ ଆମୀର ଖାନଙ୍କ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଆମୀରଙ୍କ ପୁଅ ଆଜାଦ ଦହି ହାଣ୍ଡି ଭାଙ୍ଗୁଥିବା ନଜର ଆସିଛନ୍ତି ।

 

 

View this post on Instagram

 

Wishing everyone a very happy Janmashtami !

A post shared by Aamir Khan (@_aamirkhan) on

ଭିଡ଼ିଓକୁ ଆମୀର ଖାନ ଟ୍ୱିଟରରେ ଶେୟାର କରିଛନ୍ତି । ଭିଡ଼ିଓରେ ପୁଅ ଆଜାଦ ବାପା ଆମୀରଙ୍କ ପିଠିରେ ଚଢି ଦହି ହାଣ୍ଡି ଭାଙ୍ଗୁଥିବା ନଜର ଆସିଛି । ଅନ୍ୟ ପକ୍ଷରେ ତାଙ୍କ ପତ୍ନୀ କିରଣ ଏହାର କ୍ୟୁଟ ଭିଡ଼ିଓ ମୋବାଇଲରେ ସୁଟ କରୁଥିବାର ନଜର ଆସିଛନ୍ତି ।

 

 

View this post on Instagram

 

#happyjanmashtami

A post shared by Aamir Khan (@_aamirkhan) on

କହିରଖୁଛୁ ଫଟୋ ଶେୟାର କରି ଆମୀର ସମସ୍ତଙ୍କୁ ଜନ୍ମଦିନର ଖୁବ ଶୁଭେତ୍ସା ଜଣାଇଛନ୍ତି । ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଆମୀର ଖୁବଶୀଘ୍ର ଫିଲ୍ମ ‘ଲାଲ ସିଂ ଚଢା’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More