Only for Entertainment

ରିଲିଜ ହେଉ ହେଉ ଛାଇଲା ଅଜୟ ଦେବଗନଙ୍କ ‘ତାନାଜୀ’ ଲୁକ, ଫ୍ୟାନ୍ସ ଦେଲେ ଏଭଳି ପ୍ରତିକ୍ରିୟା !

44

ଅଭିନେତା ଅଜୟ ଦେବଗନ କିଛି ମାସ ପୂର୍ବେ ନିଜ ଆଗାମୀ ଫିଲ୍ମ ତାନାଜୀ: ଦ ଅନସଙ୍ଗ ୱାରିଅର’ର ଫାଷ୍ଟ ଲୁକ ରିଲିଜ କରିଥିଲେ । ଯାହାକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି । ଏବେ ସେ ଏହି ଫିଲ୍ମର ଲୁକ ଜାରି କରିଛନ୍ତି, ଯାହା ଇଂଟରନେଟରେ ହଙ୍ଗାମା ମଚାଇ ଦେଇଛି ।

ତାନାଜୀ ପୋଷ୍ଟରରେ ଅଜୟ ଦେବଗନ ତୀର ଗହଣରେ ହାତରେ ଖଣ୍ଡା ଧରିଥିବା ନଜର ଆସିଛନ୍ତି । ତାଙ୍କର ଏହି ଲୁକ ଲୋମଟାଙ୍କୁରା ଅଟେ । ଫିଲ୍ମର ପୋଷ୍ଟର ଶେୟାର କରି ଅଜୟ ଲେଖିଛନ୍ତି ଯେ ‘ଦିମାଗ ଭି ତଲବାର କି ଧାର କି ତରହା ତେଜ ହେ’ ।

ଅଜୟଙ୍କ ଏହି ଲୁକ ଫ୍ୟାନ୍ସକୁ ଖୁବ ପସନ୍ଦ ଆସିଛି ଏବଂ ଏହା ସୋସିଆଲ ମିଡିଆରେ ଖୁବ ପ୍ରଶଂସାର ପାତ୍ର ହୋଇଛି । ଫ୍ୟାନ୍ସ ଏଭଳି କହିଛନ୍ତି ଯେ ଫିଲ୍ମ ସୁପରହିଟ ହେବ ।

‘ତାନାଜୀ ଦ ଅନସଙ୍ଗ ୱାରିଅର’୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ । ୧୭ତମ ଶତାବ୍ଦୀରେ ହୋଇଥିବା ଏହି ଫିଲ୍ମ ମରାଠୀ ସରଦାର ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ପକ୍କା ମିତ୍ର ଥିବା ତାନାଜୀ ମାଲସୁରେଙ୍କ ଜୀବନୀ ଉପରେ ଆଧାରିତ । ଏହି ଫିଲ୍ମରେ ଅଜୟଙ୍କ ପତ୍ନୀ କାଜୋଲ ଏବଂ ଅଭିନେତା ସୈଫ ଅଲୀ ଖାନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More