କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅଭିନେତ୍ରୀ ସମୀରା ରେଡ୍ଡୀ, କ୍ୟୁଟ ଫଟୋ ସେୟାର କରି ଜଣାଇଲେ ଖୁସି ଖବର
ଅଭିନେତ୍ରୀ ସମୀରା ରେଡ୍ଡୀ ଆଜି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ବେବି ଗର୍ଲ ସହିତ ସମୀରା ଏବଂ ତାଙ୍କ ସ୍ୱାମୀ ପୁଣିଥରେ ପିତା ମାତା ହୋଇଛନ୍ତି । ଏହା ପୂର୍ବରୁ ସମୀରା ପୁଅ ହଂସଗକୁ ଜନ୍ମ ଦେଇଥିଲେ । ହଂସଙ୍କୁ ଏବେ ୪ ବର୍ଷ ହୋଇଥିବା ବେଳେ ହସଂକୁ ଏବେ ଛୋଟ ଭଉଣୀ ମିଳିଯାଇଛି ।
View this post on Instagram
ସମୀରା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସମୀରା ନିଜ ଛୁଆର ହାତକୁ ଧରିଥିବାର ନଜର ଆସିଛନ୍ତି । ଫଟୋ ସୋୟର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆଜି ଆମ ଘରେ ନହ୍ନୀ ପରୀର ଜନ୍ମ ହୋଇଛି । ମୋ ବେବି ଗର୍ଲ ! ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ’
ଆପଣଙ୍କୁ କହିରଖୁଛୁ ଯେ, ନିଜର ପ୍ରେଗ୍ନେସିଂ ସମୟରେ ସମୀରା ବେବୀ ବମ୍ପ ସହିତ ଅନେକ ଫଟୋ ସୁଟ କରାଇଥିଲେ । ସମୀରା ୨୧ ଜାନୁଆରୀ ୨୦୧୪ରେ ଅକ୍ଷୟଙ୍କୁ ବିବାହ କରିଥିଲେ । ୨୦୧୫ରେ ସେ ପୁଅ ହଂସଙ୍କୁ ଜନ୍ମ ଦେଇଥିଲେ ।