Only for Entertainment

ଟ୍ୱିଙ୍କିଲଙ୍କ ପାଇଁ ଅକ୍ଷୟ ଚଲାଇଲେ ଅଟୋରିକ୍ସା, ଦେଖନ୍ତୁ ଫଟୋ

Bollyworm
0 55

ଖିଲାଡି ଅକ୍ଷୟଙ୍କ ଆକ୍ସନ ସିନ ଆପଣ ଅନେକ ଥର ଦେଖିଥିବେ । କିନ୍ତୁ ରିୟଲ ଲାଇଫରେ ଅଟୋ ଚଲାଇବାର ଦୃଶ୍ୟ ଆପଣ କେବେ ଦେଖିନଥିବେ । ନିକଟରେ ଟ୍ୱିଙ୍କିଲ ଖନ୍ନା ଇଂଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ । ଫଟୋରେ ଅକ୍ଷୟ ଅଟୋ ଡ୍ରାଇଭର ସ୍ଥାନରେ ବସିଥିବା ବେଳେ ଟ୍ୱିଙ୍କିଲ ପଛ ସିଟରେ ବସିଥିଲେ ।

 

ଟ୍ୱିଙ୍କିଲ ଏହି ଫଟୋକୁ ପୋଷ୍ଟ କରି ଲେଖିଥିଲେ ‘ମୋର ପରଫେକ୍ଟ ସଣ୍ଡେ, ସକାଳ ୪ଟାରୁ ଉଠି କୌଣସି ବାଧାରେ ଲେଖିବା, ଏହା ପରେ ନିଜ କୁକୁର ସହିତ ଏକ ଲମ୍ବା ୱାକରେ ଯିବା । ସବୁଠାରୁ ଭଲ ନିଜ କ୍ୟୁଟ ଡ୍ରାଇଭର ସହିତ ଡ୍ରାଇଭରେ ଯିବା ।’

ଅକ୍ଷୟ କୁମାର ଏବଂ ଟ୍ୱିଙ୍କିଲ ଖନ୍ନା ବଲିଉଡର ପରଫେକ୍ଟ କପଲ ମଧ୍ୟରୁ ଏକ । ଅକ୍ଷୟ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘କେଶରୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଅକ୍ଷୟ ପଗଡି ପିନ୍ଧି ନଜର ଆସିବେ । ଏହକୁ ନେଇ ସେ କହିଥିଲେ ପଗଡି ପିନ୍ଧିଲେ ମୁଁ ଗର୍ବ ଅୁନୁଭବ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More