Only for Entertainment

ରଣବୀରଙ୍କ ସହିତ ନିଜ ସମ୍ପର୍କକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଆଲିୟା

india
0 52

ବଲିଉଡ ଅଭିନେତା ରଣବୀର କପୁର ଏବଂ କ୍ୱୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଖୁବ ଶୀଘ୍ର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଆରମ୍ଭରୁ ହିଁ ଦୁହିଁଙ୍କ ଲିଙ୍କଅପ ଖବର ଚର୍ଚ୍ଚାରେ ରହିଛି । ତେବେ ଏହି ଗୁଜବକୁ ନେଇ ଆଲିୟା ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ।

ranbir_alia

ରଣବୀରଙ୍କ ସହିତ କାମ କରିବାକୁ ନେଇ ପ୍ରଶ୍ନ କରାଯିବାରୁ ଆଲିୟା କହିଥିଲେ ରଣବୀରଙ୍କ ସହିତ କାମ କରିବା ପାଇଁ ସେ ଚାହୁଁଥିଲେ । ରଣବାର କାମ କରିବା ସମୟରେ ଯେଉଁପରି ଭାବେ ନିଜ ଚରିତ୍ରରେ ବୁଡିଯାଆନ୍ତି ତାହା ଖୁବ ଖାସ । ଫିଲ୍ମର ସିଡ୍ୟୁଲ ଖୁବ ଲମ୍ବା ଥିଲା ମାତ୍ର ବନ୍ଧୁ ଏବଂ ପରିବାର ସହିତ କାମ କରିବା ସମୟରେ ଏହା ଜଣାପଡିଲା ନାହିଁ ।

alia_bhatt

ଏହା ସହିତ ଆଲିୟା କହିଥିଲେ ‘ବ୍ରହ୍ମାସ୍ତ୍ର’ ପରି ଫିଲ୍ମ ବଲିଉଡରେ ପ୍ରଥମଥର ପାଇଁ ନିର୍ମାଣ ହେଉଛି । ତେବେ ଫିଲ୍ମ ରିଜିଲ ହେବାପରେ ଦର୍ଶକଙ୍କ ପ୍ରତିକ୍ରିୟାକୁ ନେଇ ଆଲିୟା ଖୁବ ଉତ୍ସହିତ ଥିବା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More