ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବେ ଅମିତାଭ ବଚ୍ଚନ- କାର୍ତ୍ତିକ ଆର୍ୟନ, ଜାଣନ୍ତୁ କ’ଣ ରହିଛି ପ୍ରୋଜେକ୍ଟ
ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ କାମ କରିବା ପାଇଁ କେଉଁ କଳାକାର ବା ନଚାହେଁ । ନ୍ୟୁକମରଙ୍କ ପାଇଁ ଏହା ତ ସ୍ୱପ୍ନ ପରି ହୋଇଥାଏ । ତେବେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ପକ୍ଷରେ ଏହି ମଉକା ଖୁବ ଶୀଘ୍ର ଆସିଯାଇଛି । ଆଜ୍ଞା ହିଁ କାର୍ତ୍ତିକ ଆର୍ୟନ ଖୁବ ଶୀଘ୍ର ଅମିତାଭ ବଚ୍ଚନଙ୍କ ସହିତ କାମ କରିବାର ନଜର ଆସିବେ । ତେବେ ଏହା କୌଣ ସି ଫିଲ୍ମ ପାଇଁ ନୁହେଁ ବରଂ ବିଜ୍ଞାପନ ପାଇଁ ।
ଜିସ କ୍ଲୋଦିଂ ବ୍ରାଣ୍ଡ ପାଇଁ ଏହି ଦୁଇ କଳାକାର ଏକା ସହିତ କାମ କରିବା ପାଇଁ ଯାଉଛନ୍ତି । ରିପୋର୍ଟ ଅନୁସାରେ ବ୍ରାଣ୍ଡ ନିଜର ପ୍ରମୋସନ ପାଇଁ ଏପରି ଏକ ୟଙ୍ଗ ଫେସ ଖୋଜୁଥିଲା ଯେ ତାଙ୍କ ବ୍ୟାଣ୍ଡକୁ ଉପରସ୍ତରକୁ ନେଇଯିବ । ସେଥିପାଇଁ ସେ ୟୁଥ ସେନସେସନ କାର୍ତ୍ତିକ ଆର୍ୟନଙ୍କୁ ଚୟନ କରିଥିଲେ । ଏହା ସହିତ କାର୍ତ୍ତିକ ଏବଂ ଅମିତାଭ ବଚ୍ଚନଙ୍କ ଯୋଡି ମଧ୍ୟ ଖୁବ ମନ ଛୁଆଁ ହେବ ବୋଲି କମ୍ପାନୀ ଆଶା ରଖିଛି ।
ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ କାର୍ତ୍ତିକ ଏବେ ଫିଲ୍ମ ‘ପତି ପତ୍ନୀ ଔର ୱ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ବ୍ୟତିତ ତାଙ୍କ ହାତରେ ଦୋସ୍ତାନା ୨ ଏବଂ ଭୁଲ ଭୁଲେୟା ୨ ରହିଛି । ସେହିପରି ଅମିତାଭ ବଚ୍ଚନ ଖୁବ ଶୀଘ୍ର ଫିଲ୍ମ ବ୍ରହ୍ନାସ୍ତ୍ରରେ ନଜର ଆସିବେ ।