Only for Entertainment

ଫୁଟପାଥରେ ବାସ କରୁଥିବା ପିଲା ସହ କିଛି ଏଭଳି ସମ୍ପର୍କ ଯୋଡିଲେ ବିଗ ବି । ଯାହାକୁ ଶୁଣି ଆପଣଙ୍କ ହୃଦୟ ଯିବ ତରଳି ।

amarujala
0 57

ବିଗ ବି ଅନେକ ବର୍ଷ ହେବ ପ୍ରତି ରବିବାର ପ୍ରଂଶସକ ମାନଙ୍କୁ ଦେଖା କରିବା ଲାଗି ବାହାରକୁ ବାହାରିଥାଆନ୍ତି । ସୁପରଷ୍ଟାର ଅମିତାଭଙ୍କ ଘର ‘ଜଲସା’ବାହାରେ ରବିବାର ହଜାର ହଜାର ପ୍ରଶଂସକଙ୍କ ଭିଡ ଲାଗି ରହିଥାଏ କେବଳ ତାଙ୍କର ଏକ ଝଲକ ପାଇଁ । ବିଗତ ରବିବାର କିଛି ଏଭଳି ହୋଇଥିଲା ଯାହା ଶୁଣିଲେ ଆପଣ ନିଶ୍ଚୟ ବିଗ ବିଙ୍କୁ ନେଇ ଗର୍ବ ଅନୁଭବ କରିବେ ।

big b amitabh 2

୨୫ମାର୍ଚ୍ଚ ରବିବାର ଦିନ ସବୁଥର ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ମାତ୍ର ହଜାର ଲୋକଙ୍କ ଭିଡ ଭିତରେ ଏକ ଏଭଳି ପ୍ରଶଂସକ ରହିଥିଲେ ଯେ ଯିଏ ତାଙ୍କ ଗୋଡରେ ଚାଲିବା ପାଇଁ ଅସମର୍ଥ ଥିଲେ । ଯେତେବେଳେ ବିଗ ବିଙ୍କ ନଜର ତାଙ୍କ ଉପରେ ପଡିଥିଲା ସେ ସିକ୍ୟୁରିଟି ଗାର୍ଡଙ୍କୁ କହି ବ୍ୟକ୍ତି ଜଣକୁ ଘର ଭିତରକୁ  ଆଣିଥିଲେ ।

ଅମିତାଭ ବଚ୍ଚନ ସେହି ବ୍ୟକ୍ତି ଜଣକୁ ଦେଖା କରି ତାଙ୍କ ସମ୍ପର୍କରେ ଶୁଣିଲେ । ଏହାପରେ ବିଗ ବି ସେହି ପିଲା ସମ୍ବନ୍ଧରେ ଏକ ବ୍ଲଗ ଲେଖିଛନ୍ତି । ଏହି ରବିବାର ତାଙ୍କ ପାଇଁ ଖୁବ ସ୍ପେଶାଲ ଥିବା ଅମିତାଭ ଲେଖିଛନ୍ତି ।amitabh big b 1ସେହି ପିଲାର ଖୁସି ଦେଖି ଅମିତାଭ ଖୁବ ଖୁସି ହୋଇଛନ୍ତି । ସେ ଟିସାର୍ଟ ଆଡକୁ ଇଶାରା କରିବାରୁ ଅମିତାଭ ତାଙ୍କର ଅନେକ ଟିସାର୍ଟ ଦାନ କରିଛନ୍ତି । ଏହାପରେ ବିଗ ବି ସେହି ପିଲା ଜଣକୁ ଘରେ ଛାଡିବା ଲାଗି ବନ୍ଦୋବସ୍ତ କରିଥିଲେ ।
ଏହାପରେ ଅମିତାଭଙ୍କୁ ତାଙ୍କ ଟିମ କହିଲେ ସେ ପିଲା ପାଖରେ କୌଣସି ଘର ନାହିଁ । ସେ ଫୁଟପାଥରେ ଶୁଏ । ଏହାପରେ ସୁପରଷ୍ଟାର ଅମିତାଭ ସେହି ପିଲା ସହ କିଛି ଫଟୋ ନେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More