Only for Entertainment

ଇରଫାନ ଖାନ ଫ୍ୟାନ ମାନଙ୍କ ସହ ଖୁବ କଲେ ମସ୍ତି, ଦେଖନ୍ତୁ ଭିଡିଓ !

29

କ୍ୟାନସର ଚିକିତ୍ସା ପରେ ଇରଫାନ ଖାନ ଫିଲ୍ମ ସେଟକୁ ଫେରି ଆସିଛନ୍ତି । ତାଙ୍କର ଅପକମିଂ ଫିଲ୍ମ ‘ଅଂଗ୍ରେଜୀ ମିଡିଅମ’ର ସୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଉଦୟପୁରରେ ଏହି ଫିଲ୍ମ ଦୃଶାୟନ ହୋଇଛି । ଫିଲ୍ମ ସେଟର କିଛି ଫଟୋ ଆଗରୁ ହିଁ ସାମ୍ନାକୁ ଆସି ସାରିଲାଣି ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଇରଫାନ ଫ୍ୟାନ୍ସଙ୍କ ସହ ଫଟୋ ଉଠାଉଥିବାର ନଜର ଆସିଛନ୍ତି ।

ଅସଲରେ ଯେତେବେଳେ ସ୍ଥାନୀୟ ଲୋକଙ୍କୁ ଏହି ସମ୍ପର୍କରେ ଜଣା ପଡିଥିଲା ଯେ ଇରଫାନ ତାଙ୍କ ସହରରେ ସୁଟିଂ କରୁଛନ୍ତି । ତେବେ ସେଟରେ ହଠାତ ଭିଡ ଜମିଥିଲା କାରଣ ଫ୍ୟାନ୍ସ ଇରଫାନଙ୍କ ସହ ଫଟୋ ଉଠାଇବା ପାଇଁ ଚାହୁଁଥିଲେ । ସୁଟିଂ ଶେଷ ହେବା ପରେ ଇରଫାନ ନିଜ ପ୍ରଶଂସକଙ୍କ ସହ ଫଟୋ ଉଠାଇଥିଲେ ।


ଆପଣଙ୍କୁ ଏଠାରେ କହି ରଖୁଛୁ ଯେ , ଅଂଗ୍ରେଜ ମିଡିଅମରେ କରୀନା କପୁର, ରାଧିକା ମଦାନ ଏବଂ ଦୀପକ ଡୋବରିଆଲ ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ୨୦୧୭ରେ ରିଲିଜ ହୋଇଥିବା ହିନ୍ଦୀ ମିଡିଅମ’ର ସିକ୍ୱେଲ ଅଟେ । ଅଂଗ୍ରେଜି ମିଡିଅମର ନିର୍ଦ୍ଦେଶନା ହୋମୀ ଅଦଜାନିଅର କରିଛନ୍ତି ଏବଂ ଦିନେଶ ବିଜନ ଏହାରର ନିର୍ମାତା ଅଟନ୍ତି । ଏହି ଫିଲ୍ମରେ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More