ସୁଶାନ୍ତ ସିଂ ରାଜପୁତଙ୍କ ସହ ହୋଇଥିବା ବ୍ରେକଅପ ସମ୍ପର୍କରେ ମୁହଁ ଖୋଲିଲେ ପବିତ୍ର ରିସ୍ତା ଫେମ ଅଙ୍କିତା ।
ଏମ ଏସ ଧୋନି ପରେ ଲୋକପ୍ରିୟ ପାଲଟିଥିବା ନାୟକ ସୁଶାନ୍ତ ସିଂହ ରାଜପୁତ ଓ ଛୋଟ ପରଦାର ନାମୀ ନାୟିକା ଅଙ୍କିତା ଲୋଖଣ୍ଡେ ପ୍ରେମୀଯୁଗଳ ଭାବେ ଖୁବ୍ ଚର୍ଚ୍ଚାରେ ଥିଲେ।ସେ ଦୁହେଁ ଜି ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘ପବିତ୍ର ରିସ୍ତା’ରେ ପ୍ରଥମେ ଏକାଠି କାମ କରିଥିଲେ।
‘ପବିତ୍ର ରିସ୍ତା’ରେ କାମ କରିବା ବେଳେ ହିଁ ସୁଶାନ୍ତ ଓ ଅଙ୍କିତା ଡେଟ୍ କରିଥିଲେ। ଏପରିକି ସେ ଦୁହେଁ ଲିଭଇନ୍ରେ ମଧ୍ୟ ବି ଥିଲେ। କୁହାଯାଏ ୬ ବର୍ଷ ଧରି ସୁଶାନ୍ତ ଓ ଅଙ୍କିତା ଲିଭ ଇନ୍ ରିଲେସନ୍ରେ ଥିଲେ,ସେତେବେଳେ ଏହି ଯୋଡିକୁ କୁହାଗଲା ସବୁଠାରୁ ଲୋକପ୍ରିୟ ଯୋଡ଼ି।
ସୁଶାନ୍ତ ଓ ଅଙ୍କିତାଙ୍କ ବ୍ରେକ୍ ଅପ୍କୁ ଇତିମଧ୍ୟରେ ପ୍ରାୟ ଦୁଇବର୍ଷ ହୋଇଗଲାଣି। ଏହା ଭିତରେ ସୁଶାନ୍ତ ସିଂହ ରାଜପୁତ ବଲିଉଡରେ ନାୟକ ଭାବେ ପ୍ରତିଷ୍ଠା ଅର୍ଜନ କରିସାରିଲେଣି। ସେ କାଇପୋଚେ, ପି.କେ, ଏମ୍ ଏସ୍ ଧୋନି ଓ ରାବ୍ତା ଭଳି ସିନେମାରେ ଅଭିନୟ କରିସାରିଲେଣି।ତେଣେ ଅଙ୍କିତା ବି ବଲିଉଡରେ କାମ ଆରମ୍ଭ କରିସାରିଲେଣି। ସେ କଙ୍ଗନା ରାନାଓ୍ଵତଙ୍କ ଅଭିନୀତ ‘ମଣିକର୍ଣ୍ଣିକା’ରେ ନଜର ଆସିବେ।
ଦୁଇ ବର୍ଷ ହେଲା ବ୍ରେକ୍ଅପ୍ ହୋଇଗଲାଣି ସୁଶାନ୍ତ -ଅଙ୍କିତାଙ୍କର। ଏହା ଭିତରେ କେବେ ବି ଅଙ୍କିତା ଲୋଖଣ୍ଡେ ବ୍ରେକ୍ଅପ୍ ସଂପର୍କରେ ମୁହଁ ଖୋଲି କହି ନ ଥିଲେ। ଏବେ ସେ କହିଛନ୍ତି ଯେ,ବ୍ରେକ୍ଅପ୍ ତାଙ୍କର କ୍ୟାରିଅର୍କୁ କ୍ଷତି ପହଞ୍ଚାଇଛି। ପ୍ରେମ ଓ କ୍ୟାରିଅର୍ ଭିତରେ ସନ୍ତୁଳନ ରକ୍ଷା କରିବା ତାଙ୍କ ପାଇଁ କଷ୍ଟକର ଥିଲା ବୋଲି ସେ କହିଛନ୍ତି। କିନ୍ତୁ ତାଙ୍କ ପରିବାର ଓ ସାଙ୍ଗମାନେ ଏହି ସମୟରେ ସାଥ୍ ଦେଇଥିଲେ ବୋଲି କହିଛନ୍ତି ଅଙ୍କିତା।