Only for Entertainment

ସାଇକେଲ ଚଳାଇ ବରୁଣ ପହଂଚିଲେ ଲୋକାଲ ସେଲୁନରେ ତେବେ ଏହାପରେ ….

khabarNDTV
0 104

ବରୁଣ ଧୱନ ନିଜ ଫିଲ୍ମ ପ୍ରମୋଟ କରିବା ପାଇଁ ଅନେକ ଶାନଦାର ଆଇଡିଆ ନେଇ ଆସନ୍ତି । ବରୁଣ ଧୱନ ଗତ କିଛି ଦିନ ହେବ ନିଜର ଫିଲ୍ମ ‘ସୁଇ ଧାଗା’ପାଇଁ କାମ କରୁଛନ୍ତି ଏବଂ ଏଥିପାଇଁ ନିଜର ଲୁକ ପାଇଁ ଏକ ଲୋକାଲ ସେଲୁନକୁ ଯାଇଥିଲେ । ବରୁଣ ମୁମ୍ବାଇରେ ‘ସୁଇଧାଗା’ର ସୁଟିଂ ସମାପ୍ତି କରିବା ପାଇଁ ଏବେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଥିବା ଲୁକ ପାଇଁ ସେ ସମସ୍ତ ପ୍ରୟାସ କରିବାରେ ଲାଗି ପଡିଛନ୍ତି ।

ସୂତ୍ର ମୁତାବିକ, ବରୁଣଙ୍କ ଚେହେରାରେ ଦାଢି ଥିଲା ଏବଂ ସେ ଏହାକୁ ହଟାଇ ତାଙ୍କୁ କେବଳ ନିଶ ରଖିବାର ଥିଲା । ଏହିକାରଣରୁ ସେ ଲୋକାଲ ସେଲୁନ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସୂତ୍ରରୁ ପ୍ରକାଶ ଯେ ସେ ମୁମ୍ବାଇର ପଶ୍ଚିମୀ ଉପନଗରରେ ଥିବା ‘ଭାରତ ସେଲୁନ’ପର୍ଯ୍ୟନ୍ତ ସାଇକେଲ ଦ୍ୱାରା ଯାଇଥିଲେ । ସେଠାରେ କାମ କରୁଥିବା ସେଲୁନ ବାଲା ସୁପରଷ୍ଟାରଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ତାଙ୍କୁ ବରୁଣଙ୍କୁ ସୁଇ ଧାଗା ପାଇଁ ଲୁକ ଦେବା ସ୍ୱପ୍ନ ସତ ଭଳି ଲାଗୁଥିଲା । ସେଲୁନରେ ବରୁଣଙ୍କୁ ଲୁକ ଏଭଳି ଦିଆଯାଇଥିଲା ଯେ ସେ ସେଲୁନବାଲାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ ଚଳିତ ବର୍ଷ ୨୮ସେପ୍ଟେମ୍ବରରେ ପରଦାରେ ନଜର ଆସିବ ଏହି ଫିଲ୍ମ । ‘ସୁଇଧାଗା’ଫିଲ୍ମ ଆତ୍ମ ନିର୍ଭରତା ମାଧ୍ୟମରେ ସମ୍ମାନ ଏବଂ ପ୍ରେମଭରା କାହାଣୀ ଅଟେ ଏବଂ ମେକ ଇନ ଇଣ୍ଡିଆ ବିଚାର ଧାରା ଉପରେ ପ୍ରେରିତ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More