Only for Entertainment

ଖଜୁରାହୋର ଫାଇଭ ଷ୍ଟାର ରେଷ୍ଟୁରାଂଟର ଇଂରାଜୀ ଲେଖା ଦେଖି ଅନୁପମଙ୍କ ରିଆକ୍ସନ, କିଛି ଏହିଭଳି ଆମ ଇଣ୍ଡିଆ ।

bollywood tadka
40

ଫିଲ୍ମ ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟରରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚରିତ୍ରରେ ଅଭିନୟ କରିଥିବା ବଲିଉଡର ପ୍ରସିଦ୍ଧ ଆକ୍ଟର ଅନୁପମ ଖେର ଏବେ ମଧ୍ୟପ୍ରଦେଶର ଖଜୁରାହୋରେ ସମୟ ବିତାଉଛନ୍ତି । ନିକଟରେ ଅନୁପମ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଖଜୁରାହୋର ରାସ୍ତାକଡ଼ରେ ଛିଡ଼ା ହୋଇଥିବାର ନଜର ଆସିଛନ୍ତି । ଭିଡ଼ିଓରେ ଅନୁପମ କହୁଛନ୍ତିଯେ ମୁଁ ଆପଣଙ୍କୁ ଖଜୁରାହୋର ବେଷ୍ଟ ଫାଇଭ ଷ୍ଟାର ରେଷ୍ଟୁରାଂଟକୁ ନେଇ ଯାଉଛି । ଏଠାରେ ଲେଖାଥିବା ବ୍ରେକଫାଷ୍ଟର ସ୍ପେଲିଙ୍ଗ ଦେଖନ୍ତୁ । ଲଂଚ ଏବଂ ଡିନର ମଧ୍ୟ ଅଛି । ଡିନରକୁ ଆମେ ଡିନେର ମଧ୍ୟ କହିପାରିବା । ଏହିଭଳି ଆମ ଭାରତ ।

 

ଏହା ସହିତ ଅନୁପମ କ୍ୟାପ୍ସନରେ ଲେଖିଛନ୍ତି ଏହିଭଳି ଫାଇଭ ଷ୍ଟାର ରେଷ୍ଟୁଂରାଟ କେବଳ ରାସ୍ତାକଡ଼ରେ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More