Only for Entertainment

‘ଦ କପିଲ ଶର୍ମା ଶୋ’ରୁ ନବଜୋତ ସିଂ ସିଦ୍ଧୁ ଆଉଟ ହେବା ପରେ ଅର୍ଚ୍ଚନାଙ୍କୁ ସ୍ୱାଗତ କଲେ କପିଲ, ସୋନି ଟିଭି ସେୟାର କଲା ଭିଡିଓ

India Today
53

ଟିଭିର ପପୁଲାର କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ରୁ ନବଜୋତ ସିଂ ସିଦ୍ଧୁଙ୍କୁ ବାହାରିବା ଏବେ ଅଫିସିଆଲ ଘୋଷଣା କରାଯାଇଛି । ସୋନି ଟିଭି ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଟ୍ୱିଟ କରିଛନ୍ତି ଯେଉଁଥିରେ ଶୋ’ର ସେଟରେ ନବଜୋତ ସିଂ ସିଦ୍ଧୁଙ୍କ ସ୍ଥାନରେ ଅର୍ଚ୍ଚନା ପୂରଣ ସିଂ ନଜର ଆସିଛନ୍ତି । ଭିଡିଓରେ କପିଲ ଶର୍ମା, ଅର୍ଚ୍ଚନାଙ୍କୁ ସେଟରେ ସ୍ୱାଗତ କରୁଥିବାର ଦେକଖିବାକୁ ମିଳିଛି ।

କହରଖୁଛୁ ଯେ, ପୁଲୱାମା ଆକ୍ରମଣ ପରେ ଏହା ଉପରେ ବୟାନ ଦେଇ ସିଦ୍ଧୁ ପାକିସ୍ତାନକୁ ସପୋର୍ଟ କରିଥିଲେ । ଏହି କରଣରୁ ଲୋକେ କପିଲ ଶୋ’ରୁ ସିଦ୍ଧୁଙ୍କୁ ବାହାର କରିବା ପାଇଁ ଦାବି କରିଥିଲେ । ଏହା ପରେ ସୋନି ଟିଭି ସିଦ୍ଧୁଙ୍କୁ ଏହି ଶୋ’ରୁ ବାହାର କରି ଦେଇଛନ୍ତି । ଏବେ ଅର୍ଚ୍ଚନା, ସିଦ୍ଧୁଙ୍କ ସ୍ଥାନରେ ଶୋ’ରେ ନଜର ଆସିବେ ।

ଏହା ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ, କିଛି ଦିନ ପାଇଁ ଅର୍ଚ୍ଚନା ଶୋ’ରେ ନଜର ଆସିବେ କାରଣ ସିଦ୍ଧୁ କୌଣସି କାମରେ ବ୍ୟସ୍ତ ରହିବେ । କିନ୍ତୁ ଏବେ ଚ୍ୟାନେଲ ନିଜେ ବ ଟ୍ୱିଟ କରି ଏହି ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି । କହରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ଏକ ଶୋ’ରେ ଅର୍ଚ୍ଚନା, ନବଜୋତ ସିଂ ସିଦ୍ଧୁଙ୍କୁ ରିପ୍ଲେସ କରିସାରିଛନ୍ତି ।

kapil

ସୋନି ଟିଭି ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ କପିଲ, ଅର୍ଚ୍ଚନାଙ୍କୁ ପଚାରନ୍ତି ଅର୍ଚ୍ଚନା ମ୍ୟାମ ଆପଣ ଏଠାରେ କିପରି ? ଜବାବ ଦେଇ ଅଚ୍ଚନା କୁହନ୍ତି, ତୁ ଏଠାେ. କୃଷ୍ଣା ଏଠାରେ, ଭାରତୀ ଏଠାରେ ଆରେ ମୋତେ କିପରି ଭୁଲିଗଲ । ଏହା ପରେ ସେ ଯାଇ ନବଜୋତ ସିଂଙ୍କ ସ୍ଥାନରେ ବସନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More