Only for Entertainment

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାରେ ଦେଶ ବିରୋଧୀ ପୋଷ୍ଟ୍‍ ସେୟାର୍‌ କରି ଗିରଫ ହେଲେ ୪ ଜମ୍ମୁ ଓ କଶ୍ମୀର ଛାତ୍ରୀ

Zee News
47

ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟନାକୁ ପ୍ରଶଂସା ପୂର୍ବକ ପାଳନ କରି ସାମାଜିକ ଗଣମାଧ୍ୟରେ ପୋଷ୍ଟ୍‍ ସେୟାର୍‌ କରିଥିବା  ଜମ୍ମୁ ଓ କଶ୍ମୀରର ୪ ଜଣ ଛାତ୍ରୀଙ୍କୁ ଶନିବାର ଦିନ ପୁଲିସ ହାଜତକୁ ନେଇଛି। ଜୟପୁରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜମ୍ମୁ ଓ କଶ୍ମୀରର ୪ ଝିଅ ହ୍ଵାଟ୍‌ସଆପରେ ଦେଶ ବିରୋଧୀ ବାର୍ତ୍ତା ସେୟାର୍‌ କରିଥିବା କାରଣରୁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି। ପରେ ସେମାନଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ପୁଲୱାମା ଆକ୍ରମଣରେ ଖୁସି ବ୍ୟକ୍ତ କରି ଆଇସକ୍ରୀମ୍ ଖାଇ ମଜା ନେଉଥିଲେ ଏହି ୪ ଛାତ୍ରୀ ।

ଶନିବାର ଦିନ ଏକ ବିବୃତିରେ ଏନ୍‌ଆଇଏମ୍ଏସ୍‌ ବିଶ୍ୱବିଦ୍ୟାଳୟ ଏହି ଘଟନାକୁ ନିନ୍ଦା କରି କହିଛି କି, ଏଭଳି କାର୍ଯ୍ୟକଳାପକୁ ବିଶ୍ୱବିଦ୍ୟାଳୟ ସହ୍ୟ କରିବ ନାହିଁ। ସମ୍ପୃକ୍ତ ଛାତ୍ରୀମାନଙ୍କୁ କଲେଜ ଓ ହଷ୍ଟେଲ୍‌ରୁ ବହିଷ୍କାର କରାଯାଇଛି। ବହିଷ୍କୃତ ଛାତ୍ରୀମାନେ ହେଲେ ତଲବୀନ ମଞ୍ଜୁର, ଇରା, ଜୋହରା ନାଜିର ଓ ଉଜ୍‌ମା ନାଜିର। ଆତଙ୍କବାଦୀମାନେ ପ୍ରତିଶୋଧ ନେଇଛନ୍ତି କହି ସେମାନେ ଆନନ୍ଦ ହେଉଥିଲେ। ଘଟନା ପରେ ପେର ବିଶ୍ୱବିଦ୍ୟାଳୟରେ ପ୍ରତିବାଦକାରୀମାନେ ଛାତ୍ରୀମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଚାନ୍ଦଓ୍ଵାଜି ଥାନା ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More