Only for Entertainment

ମଲାଇକାଙ୍କ ସହ ବିବାହକୁ ନେଇ ସାମ୍ନାକୁ ଆସିଲା ବଡ଼ କାରଣ, ବିବାହ କରିବାକୁ ଚାହୁଁ ନାହାଁନ୍ତି ଅର୍ଜୁନ!

51

ମଲ୍ଲାଇକା ଆରୋରା ଓ ଅଭିନେତା ଅର୍ଜୁନ କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହେଁ କେବେ ଓ କେଉଁଠି ବିବାହ କରିବେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେବେ ଦୁହିଁଙ୍କ ପ୍ରଶଂସକ ସେମାନଙ୍କ ବିବାହକୁ ଅନାଇ ବସିଥିବା ବେଳେ ଅର୍ଜୁନ ବିବାହ କରିବାକୁ ଚାହୁଁ ନ ଥିବା କହିଛନ୍ତି ।

 

ଏକ ସାକ୍ଷାତକାରରେ ଅର୍ଜୁନ କହିଛନ୍ତି କି, ଆମେ ଦୁହେଁ ବିବାହ କରିବାକୁ ଚାହୁଁ ନାହୁଁ । ଯଦି ବିବାହ କରିବୁ, ତେବେ ସମସ୍ତଙ୍କୁ ନିମନ୍ତ୍ରଣ କରିବୁ । ଆମ ପରିବାରରେ ବିବାହ ଲୁଚି ଛପି କରାଯାଏ ନାହିଁ, ଯାହା ବି ହୁଏ ଭଲ ଭାବରେ ହୋଇଥାଏ ।ଅନ୍ୟ ପକ୍ଷରେ ମଲ୍ଲାଇକାଙ୍କୁ ବିବାହ ବିଷୟରେ ପଚରାଯିବା ପରେ ସେ କେବେ ବିବାହ କରିବେ ସେ ବିଷୟରେ ନ କହିଥିଲେ ମଧ୍ୟ ବିବାହରେ କ’ଣ ପିନ୍ଧିବେ ତାହା ଜଣାଇଥିଲେ । ବିବାହରେ ସେ ଲେବନାନୀ ଡିଜାଇନର ଏଲି ସାବର ଧଳା ଗାଉନ୍‌ ପିନ୍ଧିବେ ବୋଲି କହିବା ସହ ସେ ସମୁଦ୍ର କୂଳରେ ବିବାହ କରିବା କଥା କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More