ଅଭିନେତ୍ରୀ ମଲାଇକା ଅରୋରା ଆଜି ନିଜର ୪୬ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ମଲାଇକା ବୟଫ୍ରେଣ୍ଡ ଅର୍ଜୁନ କପୁର ଏବଂ ନିଜର କିଛି ଖାସ ବନ୍ଧୁମାନଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ଅର୍ଜୁନ-ମଲାଇକାଙ୍କ ବ୍ୟତିତ ଷ୍ଟାର୍ସମାନେ ଖୁବ ମସ୍ତି କରିଥିଲେ । ଏହି ପାର୍ଟିର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାର୍ଟିରେ କରୀନା କପୁର, କରିଶ୍ମା କପୁର, ଅନନ୍ୟା ପାଣ୍ଡେ, ତାରା ସୁତାରିଆଙ୍କ ଠାରୁ ଅନେକ ସେଲିବ୍ରିଟି ଏହି ପାର୍ଟିରେ ସାମିଲ ହୋଇଥିଲେ ।
ଅସଲରେ ମଲାଇକା ଅନେକ ବର୍ଷ ହେବ ମଲାଇକା ନିଜର ଜନ୍ମଦିନ ଦେଶ ବାହାରେ ସେଲିବ୍ରେଟ କରି ଆସୁଛନ୍ତି କିନ୍ତୁ ଚଳିତ ବର୍ଷ ଅଭିନେତ୍ରୀ ମୁମ୍ବାଇରେ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ମଲାଇକାଙ୍କ ଜନ୍ମଦିନ ପାର୍ଟିର କିଛି ଭିଡିଓ ଏବେ ସାମ୍ମାକୁ ଆସିଛି ଯେଉଁଥିରେ ଅର୍ଜୁନ କପୁର ଏବଂ ମଲାଇକାଙ୍କ ସମେତ ସମସ୍ତ ଷ୍ଟାର ଖୁବ ମସ୍ତିଭରା ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
ଦେଖନ୍ତୁ ଭିଡିଓ-