Only for Entertainment

‘ସ୍ପାଇଡର-ମ୍ୟାନ’ର ଖଳନାୟକ ଟ୍ରାଫିକ ଭିଡରୁ ବଂଚାଇଲେ କୁକୁରର ଜୀବନ, ଲୋକମାନେ କଲେ ପ୍ରଶଂସା !

23

ସ୍ପାଇଡର ମ୍ୟାନ ଖଳନାୟକ ଜ୍ୟାକ ଗିଲେନହାଲ ଏକ କୁକୁରକୁ ନ୍ୟୁୟର୍କ ସିଟିର ଟ୍ରାଫିକ ଭିଡରୁ ବଂଚାଇଛନ୍ତି । ଏଥିପାଇଁ ତାଙ୍କର ଖୁବ ପ୍ରଶଂସା ହେଉଛି । ଫିଲ୍ମରେ ସେ ଖଳନାୟକ ମିଷ୍ଟିରିଓ ଭୂମିକା ତୁଲାଇଥିଲେ । ସେ ପୂର୍ବ ସପ୍ତାହରେ ଡାଲମେଶିଅନ କୁକୁରକୁ ରେସ୍କ୍ୟୁ କରିଥିଲେ ।

ସେ କୁକୁର ଏବଂ ତାଙ୍କ ମାଲିକଙ୍କ ସହ ଭାଇରାଲ ହେଉଥିବା ଫଟୋରେ ନଜର ଆସିଛନ୍ତି । ଏକ ମାଗାଜିନ ଖବର ମୁତାବକ ଜ୍ୟାକ ଟ୍ରିବେକା ଟ୍ରାଫିକ ଜାମ ଭିତରେ ପଶି କୁକୁରର ଜୀବନ ବଂଚାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି । ୩୮ବର୍ଷୀୟ ଜ୍ୟାକ ମର୍ଣ୍ଣିଂ ୱାକ କରିବାକୁ ବାହାରିଥିଲେ , ସେହି ସମୟରେ ଏଭଳି ଘଟଣା ଘଟିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More