Only for Entertainment

ପ୍ରେଗ୍ନେଣ୍ଟ ଅଛନ୍ତି ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ, ବେବି ବମ୍ପ ସହିତ ଫଟୋ ସେୟାର କରି କହିଲେ…

bollywood tadka
39

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଏବେ ସାଉଥ ଆଫ୍ରିକାନ ମଡେଲ ଅଭିନେତ୍ରୀ ଗ୍ୟାବ୍ରିଏଲା ଡେମେଷ୍ଟ୍ରିଏଡସଙ୍କୁ ଡେଟ କରୁଛନ୍ତି । କିଛି ଦିନ ପୂର୍ବେ ଦୁହେଁ ନିଜର ରିଲେସନସିପକୁ ଅଫିସିଆଲ କରିଥିଲେ । ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି ।

ଅସଲରେ ଅର୍ଜୁନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗ୍ୟାବ୍ରିଏଲାଙ୍କ ଜୀବନରେ ଏକ ଛୋଟ ଅତିଥି ଆସିବାକୁ ଯାଉଛି । ଆଜ୍ଞା ହିଁ, ମଙ୍ଗଳବାର ଅର୍ଜୁନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଗ୍ୟାବ୍ରିଏଲା ପ୍ରେଗ୍ନେଂଟ ଅଛନ୍ତି ବୋଲି ଖୁଲାସା କରିଥିଲେ ।

 

 

View this post on Instagram

 

Blessed to have you and start all over again….thank you baby for this baby ??

A post shared by Arjun (@rampal72) on

ଅର୍ଜୁନ ଇଂଷ୍ଟାଗ୍ରାମରେ ଗ୍ୟାବ୍ରିଏଲାଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଗ୍ୟାବ୍ରିଏଲା ବେବି ବମ୍ପ ସହିତ ନଜର ଆସିଛନ୍ତି । ଫଟୋ ସେ ୟାର କରି ଅର୍ଜୁନ କ୍ୟାପସନରେ ଲେଖିଥିଲେ, ‘ତୁମ ସହିତ ରହିବା ଏବଂ ସବୁ କିଛି ପୁଣି ଥରେ ଆରମ୍ଭ କରିବା, ଏହା ସହିତ ଏହି ଛୁଆ ପାଇଁ ଧନ୍ୟବାଦ ।’ ତେବେ ଅର୍ଜୁନ ଏହି ଫଟୋ ସେୟାର କରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।

arjun

କହିରଖୁଛୁ ଯେ , ଅର୍ଜୁନ ଗତ ବର୍ଷ ପତ୍ନୀ ମେହର ଜେସିୟାଙ୍କ ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ଅର୍ଜୁନଙ୍କ ଦୁଇଟି ଝିଅ ମାହିକା ଏବଂ ମାୟରା ଅଛନ୍ତି । କିନ୍ତୁ ଦୁହିଁଙ୍କ ଡିଭୋର୍ସ ଏପର୍ଯ୍ୟନ୍ତ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More