ସୋସିଆଲ ମିଡିଆରେ ଛାଇଲା ସାନ୍ୟାଙ୍କ ମଲହୋତ୍ରାଙ୍କ ଡ୍ୟାନ୍ସ ଭିଡିଓ, ଦେଖନ୍ତୁ
ବଲିଉଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରା ‘ଦଙ୍ଗଲ’ ଓ ‘ବଧାଇ ହୋ’ରେ ଜବରଦସ୍ତ ଆକ୍ଟିଂ କରି ଲୋକଙ୍କ ହୃଦୟ ଜିତିବାରେ ସଫଳ ତ ହୋଇଛନ୍ତି ଏବେ ସେ ନିଜ ଡ୍ୟାନ୍ସ ବଦଳରେ ଲୋକଙ୍କ ଆହୁରି ନିକଟତର ହୋଇପାରିଛନ୍ତି । ସାନ୍ୟାଙ୍କ ଅନେକ ଡ୍ୟାନ୍ସ ଭିଡିଓ ଏବେ ସାମ୍ନାକୁ ଆସିଛି । ସାନ୍ୟା ଏହି ଭିଡିଓ ଜରିଆରେ ନିଜକୁ ଭଲ ଷ୍ଟାର ଭାବେ ଘୋଷଣା କରିଛନ୍ତି ।
ସାନ୍ୟାଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସାନ୍ୟାଙ୍କବୁ ଜବରଦସ୍ତ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ସାନ୍ୟା ‘ତେରେ ଲିଏ ଭି ମର ଜାୱାଁ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭାଇରାଲ ଭିଡିଓରେ ସାନ୍ୟାଙ୍କ ସହିତ ତାଙ୍କ ଡ୍ୟାନ୍ସ କୋଟ ମଧ୍ୟ ନଜର ଆସିଛନ୍ତି ।
ଦେଖନ୍ତୁ ଭିଡିଓ-
View this post on Instagram
#dildooba #haa #dildooba [email protected] #shazebsheikhchoreography #naachoaurnachnedo
ଏହି ଭିଡିଓରେ ସାନ୍ୟା ପ୍ରୋଫେସନାଲ ଡ୍ୟାନ୍ସରଙ୍କ ପରି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସାନ୍ୟା ଏହି ବିଡିଓକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ସାନ୍ୟା ଜାନୁଆରୀରେ ସେୟାର କରିଥିବା ବେଳେ ଏହା ଏବେ ଭାଇରାଲ ହେଉଛି । ଭିଡିଓକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରର ଅଧିକ ଭ୍ୟୁଜ ମିଳିସାରିଛି । ଏହା ପୂର୍ବରୁ ମଧ୍ୟ ସାନ୍ୟାଙ୍କ ଅନେକ ଡ୍ୟାନ୍ସ ଭିଡିଓ ସୋସିାଲ ମିଡିଆରେ ଦେଖିବାକୁ ମିଳିଛି ।