Only for Entertainment

ଫିଲ୍ମ ‘ଜୟେଶଭାଇ ଜୋରଦାର’ରେ ରଣବୀରଙ୍କ ସହ ନଜର ଆସିବେ ସୁପରହିଟ ଫିଲ୍ମ ‘ଅର୍ଜୁନ ରେଡ୍ଡୀର ଏହି ଅଭିନେତ୍ରୀ !

29

୨୦୧୭ରୁ ସାଉଥ ଫିଲ୍ମ ଦୁନିଆରେ ସକ୍ରିୟ ଥିବା ଶାଲିନୀ ପାଣ୍ଡେଙ୍କୁ ବଲିଉଡ ଦର୍ଶକେ ଖୁବଶୀଘ୍ର ବଲିଉଡ ପରଦାରେ ଦେଖିବେ । ‘ୟଶ ରାଜ ଫିଲ୍ମ’ ପ୍ରଯୋଜନା ସଂସ୍ଥା ପକ୍ଷରୁ ତାଙ୍କୁ ଅନୁବନ୍ଧିତ କରାଯାଇଛି । ସୁଟିଂ ଆରମ୍ଭ ହେବାକୁ ଯାଉଥିବା ଫିଲ୍ମର ନାମ ‘ଜୟେଶ ଭାଇ ଜୋରଦାର’ । ଏଥିରେ ଶାଲିନୀଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ରଣବୀର ସିଂ । ୨୦୧୭ରେ ମୁକ୍ତିଲାଭ କରିଥିବା ‘ମେରୀ ନିମ୍ମୋ’ଶାଲିନୀଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର । ତେବେ ସେଥିରେ ତାଙ୍କ ଭୂମିକା ଅତି ସଂକ୍ଷିପ୍ତ ରହିଥିଲା । ପୁଣି ମୁଖ୍ୟସ୍ରୋତ ବ୍ୟବସାୟିକ ଫିଲ୍ମ ହୋଇ ନ ଥିବାରୁ ସେ ବଲିଉଡ ଦର୍ଶକଙ୍କ ନଜରରେ ଆସି ନଥିଲେ ।


ଶାଲିନୀଙ୍କର ପ୍ରଥମ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ । ଏହି ଫିଲ୍ମ ସୁପରହିଟ ହୋଇଥିଲା । ତେବେ ଏହି ଫିଲ୍ମ ପରେ ପରେ ତେଲୁଗୁରେ ତାଙ୍କୁ ଆହୁରୀ ୮ଟି ଫିଲ୍ମରେ ଦେଖିବାକୁ ମିଳିଥିଲା । ସାଉଥ ଫିଲ୍ମରେ ସେ ତାଙ୍କର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି । ୨୫ବର୍ଷ ବୟସ୍କା ଶାଲିନୀ ଜବରପୁରର ମୂଳ ବାସିନ୍ଦା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More