Only for Entertainment

ଏହି ଥର ଖୁବ ମଜାଦାର ହେବ ବିଗବସ ଏପିସୋଡ, ଅରହାନଙ୍କୁ ମିଳିବ ୪୪୦ ଭୋଲ୍ଟର ଛଟକା

aajtak
35

ବିଗବସରେ ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ଏବେ ପୁଣିଥରେ ଦେଖିବାକୁ ମିଳିବ ନୂଆ ତଡ଼କା । ଅପକମିଂ ଏପିସୋଡରେ ଶୋ’ର ପୂର୍ବ ପ୍ରତିଯୋଗୀ କାମ୍ୟା ପଂଜାବୀ ଓ ହିତେନ ତେଜୱାନୀଙ୍କ ବ୍ୟତୀତ ରଶ୍ମି ଦେଶାଇଙ୍କ ଭାଇ ବିଗବସ ଘରେ ପ୍ରବେଶ କରିବେ । ଅତିଥି ଭାବରେ ଆସିଥିବା ଏହି ବ୍ୟକ୍ତିମାନେ ଘରର ଲୋକ ମାନଙ୍କୁ ଆଇନା ଦେଖାଇବେ । ଏମାନେ ଘରର ପ୍ରତିଯୋଗୀଙ୍କର ଖୁବ କ୍ଲାସ ନେବେ । କିନ୍ତୁ ଅଧିକାଂଶ ରଶ୍ମିଙ୍କୁ ନେଇ ଅରହାନଙ୍କ ବିବାଦୀୟ କମେଂଟ ଉପରେ ସମସ୍ତେ ଖୁବ ଶୁଣାଇବେ ।

 

ଶୋ’ର ବଡ଼ ଫ୍ୟାନ କାମ୍ୟା ପଂଜାବୀ ଅରହାନଙ୍କୁ କହିବେ ହୁଏ ତ ତୁମେ ରଶ୍ମିକୁ ଖୁବ ସାହାଯ୍ୟ କରିଛ, କିନ୍ତୁ ଏହି ଶୋ ଅନୁସାରେ ତୁମ ବ୍ୟାଙ୍କ ବାଲାନ୍ସ ଜିରୋ । ତେଣୁ ତୁମକୁ ଆଇନା ଦେଖାଇବାର ମଧ୍ୟ ଆବଶ୍ୟକତା ନାହିଁ । ଏଭଳି ପ୍ରେମ ହୁଏନି । ଏହାପରେ ରଶ୍ମିଙ୍କୁ ନିଜର ଭୁଲ ଦେଖାଇ କହିବେ ମଣିଷ ଥରେ ଭୁଲ କରେ ବାରମ୍ବାର ନୁହେଁ । ଏହାପରେ ରଶ୍ମିଙ୍କ ଭାଇ କହୁଛନ୍ତି ରଶ୍ମି ରୋଡ ଉପରକୁ ଆସି ଯାଇଥିଲା, କିନ୍ତୁ ମୋ ଭଉଣୀ କେବେ ମଧ୍ୟ ରୋଡ ଉପରକୁ ଆସି ନଥିଲା । ଏହା ଶୁଣିବା ପରେ ରଶ୍ମି ଇମୋଶନାଲ ହୋଇ ଯାଉଛନ୍ତି ।

ହିତେନ ତେଜୱାନୀ ବିଶାଲଙ୍କୁ ଆଇନା ଦେଖାଉଛନ୍ତି । ସେ କହୁଛନ୍ତିଯେ ତୁମେ ଦିନେ ଆରତୀକୁ କନଫ୍ୟୁଜ କହିଥିଲ, ଯାହାକି ବାସ୍ତବରେ ତୁମେ ଏବଂ ଦୁଇ ଦୁଇଟା କଥାବାର୍ତ୍ତା କର । ଶୋ’ର ପ୍ରମୋ ଦେଖି ଜଣାପଡ଼ୁଛି ପ୍ରତିଯୋଗୀଙ୍କୁ ଲାଗିବ ୪୪୦ ଭୋଲ୍ଟ ଝଟକା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More