Only for Entertainment

ଏହି ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ରରେ ଅଭିନୟ କରିବେ ସାରା

freepressjournal.in
0 41

ବଲିଉଡ଼୍ରେ କେତେକ ଷ୍ଟାର୍କିଡ଼୍ ସେମାନଙ୍କର ଏଣ୍ଟ୍ରିକୁ ନେଇ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ,ସୈଫ୍‌-ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ ‘କେଦାର୍ନାଥ୍‌’ ଫିଲ୍ମ ଜରିଆରେ ଡ଼େବ୍ୟୁ କରୁଛନ୍ତିଏହି ଫିଲ୍ମ ଲାଗି ସାରାଙ୍କୁ ଖୁବ୍ପରିଶ୍ରମ କରିବାକୁ ପଡ଼ିଛି ଏଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନଜର ଆସିବେ ହେଲେ ଜାଣନ୍ତି କି ଏବେ ବଲିଉଡର ବହୁ ଖ୍ୟାତନାମା ନିର୍ଦ୍ଦେଶକ ସାରାଙ୍କୁ ସାଇନ୍କରିବାପାଇଁ ଆଗ୍ରହୀ

ଏମାନଙ୍କ ଭିତରୁ ଜଣେ ହେଲେ ଆଶୁତୋଷ ଗୋଓ୍ଵାରିକର୍ ଲଗାନ୍‌ , ସ୍ୱଦେଶ୍ଏବଂ ଯୋଧା ଆକବର୍ପରି ବହୁଚର୍ଚ୍ଚିତ ସିନେମାର ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ଵାରିକର୍ ସେ ଏକ ପିରିଅଡିକ୍ଫିଲ୍ମରେ ସାରା ଅଲ୍ଲୀ ଖାନ୍ଙ୍କୁ କାଷ୍ଟ୍କରିବେ ବୋଲି କୁହାଯାଉଛି। ସାରାଙ୍କୁ କିଛି ଦିନତଳେ ଆଶୁତୋଷ ଗୋଓ୍ଵାରିକର୍ଙ୍କ ଅଫିସରୁ ବାହାରୁଥିବାର ଦେଖିବାକୁ ମିଳିଥିଲା। ଆହୁରି ମଧ୍ୟ କୁହାଯାଉଛି ଯେ ଏହି ସିନେମାରେ ଅର୍ଜୁନ କପୁର ସାରାଙ୍କ ନାୟକ ହେବେ

ଏହା ପୂର୍ବରୁ ମଧ୍ୟ ସାରାଙ୍କୁ ସିନିଅର୍ଆକ୍ଟର୍ସନ୍ନି ଦେଓଲ୍ତାଙ୍କ ପୁଅ କରଣ ଦେଓଲଙ୍କ ଅପୋଜିଟ୍ରେ ଫିଲ୍ମପଲ୍ପଲ୍ଦିଲ୍କେ ପାସ୍‌’ରେ ଅଭିନୟ କରିବାକୁ ଅଫର୍ଦେଇଥିଲେ ହେଲେ ସେ ତାକୁ ମଧ୍ୟ ପ୍ରତ୍ୟାଖାନ କରିଥିଲେ ଠିକ୍ସେହିପରି ସୈଫ୍‌-ଅମୃତାଙ୍କ ଲାଡ଼୍ଲି ସାରା କରଣ ଜୋହର୍ଙ୍କ ଫିଲ୍ମଷ୍ଟୁଡ଼େଣ୍ଟ୍ଅଫ୍ ଇଅର୍‌-ରେ ବି କାମ କଲେ ନାହିଁ। ସଲମାନ୍ଖାନ୍ଙ୍କ ଭିଣୋଇ ତଥା ତାଙ୍କର ଗେହ୍ଲୀ ଭଉଣୀ ଅର୍ପିତା ଖାନ୍ଙ୍କ ସ୍ୱାମୀ ଆୟୁଷ୍ଏବେ ତାଙ୍କର ପାଦ ବଲିଉଡ଼୍ରେ ଥାପିବାକୁ ଯାଉଥିବାବେଳେ ଭିଣୋଇ ଆୟୂଷ୍ଙ୍କ ହିରୋଇନ୍ଲାଗି ସଲମାନ୍ସାରାଙ୍କୁ ତାଙ୍କର ଅଫର୍ଦେଇଥିଲେ, ହେଲେ ସାରା ତାକୁ ପ୍ରତ୍ୟାଖ୍ୟାନ କରିଥିଲେ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More