ମହାକାଶରେ ପ୍ରଥମଥର ଡିଜେ ଡାନ୍ସ, ଭିଡିଓ ଭାଇରାଲ !
ଇଟାଲୀ ମହାକାଶରେ ଯାତ୍ରୀ ଲୁକା ପରମିଟାନୋ ସ୍ପେଶରେ ଡିଜେ ଡାନ୍ସ କରୁଥିବା ପ୍ରଥମ ମହାକାଶ ଯାତ୍ରୀ ପାଲଟିଛନ୍ତି । ଲୁକା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଡିଜେ ଧୁନରେ ଡାନ୍ସ କରିଛନ୍ତି ।
ଅସଲରେ ଲୁକା ଏକ ଡିଭାଇସ ଜରିଆରେ ଡିଜେ ଡାନ୍ସର ଲାଇଭ ମଧ୍ୟ କରିଥିଲେ । ସେ ଏହି ଡାନ୍ସର ପ୍ରସ୍ତୁତି ଆଗରୁ କରିଥିଲେ । ତାଙ୍କ ସହ ଇଟାଲୀର ଲୋକମାନେ ମଧ୍ୟ ଭିଡିଓକୁ ଦେଖି ତାଳରେ ତାଳ ମିଶାଇଥିଲେ ।
Luca Parmitano – First ever DJ set performed at International Space Station pic.twitter.com/FoyYZHtgk3
— RT (@RT_com) August 15, 2019
ଡାନ୍ସ କରୁଥିବା ସମୟରେ ସେ ଧୂନ ବଦଳାଇଥିବାର ନଜର ଆସିଥିଲେ । ପରମିଟାନୋଙ୍କ ଶରୀର ଏପଟସେପଟ ହେଉଥିଲା ଏବଂ କେବେ କେବେ ସେ ଓଲଟା ମଧ୍ୟ ହୋଇଯାଉଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ମଧ୍ୟ ଦୃତଗତିରେ ଏହି ଭିଡିଓକୁ ଶେୟାର କରିବାରେ ଲାଗିପଡିଛନ୍ତି ।