Only for Entertainment

ମେକର୍ସ ପୋଷ୍ଟରରେ କଲେ କନଫର୍ମ, ଥୋନାସଙ୍କ ଚୁଟକିରେ ଧୂଳିସାତ ହୋଇଗଲେ ବ୍ଲାକ ପାନ୍ଥରଙ୍କ ଭଉଣୀ !

29

ମାର୍ବଲର ସବୁଠାରୁ ବଡ ଫିଲ୍ମ ଆଭେଂଜର୍ସ ଏଣ୍ଡଗେମ ରିଲିଜ ଆଉ ମାତ୍ର ଗୋଟିଏ ମାସ ରହିଲା । ବର୍ଷରୁ ସବୁଠାରୁ ବଡ ହଲିଉଡ ଫିଲ୍ମ ୨୬ଅପ୍ରେଲରେ ରିଲିଜ ହେବ । ଏହାପୂର୍ବରୁ ଫିଲ୍ମକୁ ନେଇ ଅନେକ ପୋଷ୍ଟ ଜାରି କରାଯାଇଛି । ଏଥିରେ ଥାନୋସର ଚୁଟକିରୁ ବଂଚିଥିବା ଏବଂ ମରିଥିବା ସୁପରହିରୋ ସାମିଲ ଅଛନ୍ତି । ମରିଥିବା ଲୋକଙ୍କ ମଧ୍ୟରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ନାଁ ହେଉଛି ବ୍ଲାକପାନ୍ଥର ସୁରୀ ।

ମାର୍ବଲ ହାରାହାରି ଭିନ୍ନ ପ୍ରକାର ଚରିତ୍ରର ପୋଷ୍ଟର ଜାରି କରିଛନ୍ତି । ଏଥିରେ ଥେନୋସ ଚୁଟକିରେ ମରିଥିବା ହିରୋଙ୍କ ଫଟୋ କଳାଏବଂ ଧଳା ଥିବା ବେଳେ ବଂଚିଥିବା ସୁପରହିରୋଙ୍କ ଫଟୋ ରଂଗୀନ ଦେଖିବାକୁ ମିଳିଛି । ମରିଥିବା ସୁପରହିରୋଙ୍କ ମଧ୍ୟରେ ସୁରୀଙ୍କୁ ଦେଖିବାକୁ ମିଳିନଥିଲା, ଟ୍ରେଲରରେ ସୁରୀଙ୍କ ନାଁ ମିସିଂ ଲିଷ୍ଟରେ ଥିଲା ।
ଥିଏଟର ୱେବସାଇଟ ଫାଣ୍ଡାଗୋ ମୁତାବକ ଆଭେଂଜର୍ସ ଏଣ୍ଡଗେମ ତିନି ଘଂଟା ଚାଲିବ ।

ମାର୍ବଲ ଷ୍ଟୁଡିଓଜର ପ୍ରେସିଡେଂଟ କେବିନ ଫାଇଗି ଇଶାରା ଇଶାରାରେ କନଫର୍ମ କରିଛନ୍ତି । କେବିନ ଏକ ଇଂଟର ଭ୍ୟୁ ରେ କହିଛନ୍ତି ଏହି ଫିଲ୍ମକୁ ସେତିକି ରନିଂ ଟାଇମରେ ରିଲିଜ କରାଯିବ । ଏଠାରେ ଆମେ କହି ରଖୁଛୁ ଯେ ନିର୍ଦ୍ଦେଶକ ଜୋ ରୁସୋ ଅପ୍ରେଲରେ ମୁମ୍ବାଇ ଆସି ଫିଲ୍ମ ପ୍ରମୋସନ କରିବେ । ଏହାପୂର୍ବରୁ ଜୋ ରୁସୋ କହିଛନ୍ତି ଯେ ଟ୍ରେଲରରେ ଅନେକ ନକଲି ସିନ୍ସ ରହିଥିଲା ।

ଏହାସହ ଆଉ ଏକ ଖବର ସାମ୍ନାକୁ ଆସିଥିଲା ଏହି ଫିଲ୍ମ ୪ଟି ଭାଷାରେ ରିଲିଜ କରାଯିବ, ଯେପରିକି ହିନ୍ଦୀ, ଇଂରାଜୀ , ତାମିଲ ଏବଂ ତେଲୁଗୁ । ଏହି ଫିଲ୍ମରେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏ ଆର ରେହମାନ ମାର୍ବଲ ଇଣ୍ଡିଆନ ଆନ୍ଥେମ କମ୍ପୋଜ କରିଛନ୍ତି । ଏହି ଆନ୍ଥେମ ଅପ୍ରେଲ ୧ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More