Only for Entertainment

ଆରମ୍ଭ ହେଲା ଫିଲ୍ମ ‘ବାଗୀ ୩’ର ସୁଟିଂ, ଆଗାମୀ ବର୍ଷ ଏହି ଦିନ ଦେଖିବାକୁ ମିଳିବ ଶ୍ରଦ୍ଧା କପୁର-ଟାଇଗର ଶ୍ରଫଙ୍କ ଆକ୍ସନ ଅବତାର

google
75

ବଲିଉଡ ବାଗୀ ଟାଇଗର ଶ୍ରଫ ନିଜର ଆଗାମୀ ମିଶନ ପାଇଁ ପ୍ରସ୍ତୁତ । ଟାଇଗର ଗୁରୁବାର ନିଜର ଆଗାମୀ ଫିଲ୍ମ ‘ବାଗୀ ୩’ର ସୁଟିଂ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଶ୍ରଦ୍ଦା କପୁର ନଜର ଆସିବେ । ଫିଲ୍ମର ପ୍ରଡ୍ୟୁସର ସାଜିଦ ନାଡିଆଡୱାଲା ଏକ ହାତ ଲେଖା ଚିଠି ମାଧ୍ୟମରେ ଶ୍ରଦ୍ଧାଙ୍କୁ ସ୍ୱାଗତ କରିଛନ୍ତି ।

‘ବାଗୀ ୩’ରେ ଅଭିନେତା ରିତେଶ ଦେଶମୁଖ ଟାଇଗରଙ୍କ ଭାଇ ଭୂମିକାରେ ନଜର ଆସିବେ । ଗୁରୁବାର ଠାରୁ ମୁମ୍ବାଇରେ ୭ ଦିନିଆ ସିଡ୍ୟୁଲ ଆରମ୍ଭ ହୋଇଛି । ଶୁକ୍ରବାର ଫିଲ୍ମର ମହତ୍ୱପୂର୍ଣ୍ଣ ଆକ୍ସନ ସିନର ସୁଟିଂ କରାଯିବ । ଏହା ପରେ ଭାରତ ଏବଂ ଭାରତ ବାହାରେ ରିଅଲ ଲୋକେସନରେ ଫିଲ୍ମର ସୁଟିଂ କରାଯିବ ।

ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇବେ ଅହମଦ ଖାନ । ଫିଲ୍ମ ଆଗାମୀ ବର୍ଷ ୬ ମାର୍ଚ୍ଚରେ ରିଲିଜ ହେବ । କହିରଖୁଛୁ ଯେ, ଶ୍ରଦ୍ଧା ବାଗୀ ଫ୍ରାଞ୍ଚାଇଜର ପ୍ରଥମ ଫିଲ୍ମରେ ନଜର ଆସିଥିଲେ । ଏହାର ଦ୍ୱିତୀୟ ପାର୍ଟରେ ଟାଇଗରଙ୍କ ଅପୋଜିଟରେ ଦିଶା ପଟାନୀ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More