ସାମ୍ନାକୁ ଆସିଲା ଜନଙ୍କ ଅପକମିଂ ଫିଲ୍ମ ‘ବଟଲା ହାଉସ’ର ପୋଷ୍ଟର !
୨୦୧୯ର ସ୍ୱତନ୍ତ୍ରତା ଦିବସରେ ବକ୍ସ ଅଫିସରେ କମାଲ କରିବ ଅଭିନେତା ଜନଙ୍କ ଅପକମିଂ ଫିଲ୍ମ ‘ବଟଲା ହାଉସ’ । ଏବେ ଏହାର ପ୍ରଥମ ପୋଷ୍ଟର ସାମନାକୁ ଆସିଛି । ୨୦୧୮ରେ ପରମାଣୁ ଏବଂ ସତ୍ୟମେବ ଜୟତେରେ ଧମାଲ ମଚାଇବା ପରେ ଜନ ଏବେ ଅଂଟା ଭିଡିଛନ୍ତି ନିଜର ଆଗାମୀ ଫିଲ୍ମ ପାଇଁ । ଏବେ ଜନଙ୍କ ଆଗାମୀ ମୁଭି’ର ଫାଷ୍ଟଲୁକ ଏବଂ ଏହାର ରିଲିଜ ଡେଟ ସାମନାକୁ ଆସିଛି । ଅଗଷ୍ଟ୧୫, ୨୦୧୯ରେ ଧମାଲ ମଚାଇବେ ଜନ, ମାତ୍ର ଏହି ଫିଲ୍ମ ଆଲିୟା-ରଣବୀର କପୂର ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଏବଂ ରାଜକୁମାର ରାଓଙ୍କ ଫିଲ୍ମ ‘ମେଡ ଇନ ଚାଇନା’କୁ ଟକ୍କର ଦେଇପାରେ ବୋଲି ଅନୁମାନ କରାଯାଉଛି ।
“95 mins that took 8yrs to be resolved and changed his life forever.” The story of India’s most Decorated/Controversial Cop. #BatlaHouse@itsBhushanKumar @nikkhiladvani @writish @TSeries @EmmayEntertain @johnabrahament @bakemycakefilms @BatlaHouseFilm pic.twitter.com/RzsbCT5kcd
— John Abraham (@TheJohnAbraham) September 22, 2018
ଫିଲ୍ମଟି ୨୦୦୮ରେ ହୋଇଥିବା ବଟଲା ଏନକାଉଂଟର’ର ସତ୍ୟ ଘଟଣା ଉପରେ ଆଧାରିତ । ଏଠାରେ ଆମେ କହି ରଖୁଛୁ ଯେ କିଛି ମାସ ପୂର୍ବେ ଦିଲ୍ଲୀ ସହ ଅନେକ ମହାନଗରରେ ବିସ୍ଫୋରଣ ହୋଇଥିଲା ଏବଂ ଏହାପରେ ଦିଲ୍ଲୀ ପୁଲିସ କିଛି ବିଶେଷ ସୂଚନା ପାଇ ବଟଲା ହାଉସ ଉପରେ ଏନକାଉଂଟର କରିଥିଲେ । ଲମ୍ବା ସମୟ ପର୍ଯ୍ୟନ୍ତ ଏହି ଏନକାଉଂଟରକୁ ନେଇ ପ୍ରଶ୍ନ ଉଠିଥିଲା । ଏହି ଏନକାଉଂଟରରେ ଇନ୍ସପେକ୍ଟରଙ୍କ ମୃତ୍ୟୁ ନେଇ ଅନେକ କନଫ୍ୟୁଜନ ହୋଇଥିଲା । ଏହିଭଳି ରୋମାଚଂକର ସତ୍ୟ ଘଟଣାକୁ ନେଇ ଆଧାରିତ ଏହି ଫିଲ୍ମ ।
Encounters: 70
Cases: 33
Convictions: 22
Gallantry Awards: 9
Accusations: 1“When everything you’ve achieved could be wiped out in that one moment.”
The story of India’s Most Decorated/Controversial Cop@itsBhushanKumar @nikkhiladvani @TSeries @EmmayEntertain @johnabrahament pic.twitter.com/krYFmqracU
— John Abraham (@TheJohnAbraham) September 21, 2018
ଏହାର ସୂଚନା ଜନ ଅବ୍ରାହମ ନିଜ ଟ୍ୱିଟର ଆକାଉଂଟରେ ଟ୍ୱିଟ କରି ଜଣାଇଛନ୍ତି । ଆସନ୍ତା ବର୍ଷ ୨୦୧୯ର ସ୍ୱାତନ୍ତ୍ରତା ଦିବସରେ ନିଜର ନୂଆ ଫିଲ୍ମ ନେଇ ପରଦାକୁ ଫେରିବେ ଜନ୍ । ଏହି ଫିଲ୍ମରେ ଜନଙ୍କ ବିପକ୍ଷରେ ନଜର ଆସିବେ ମୌନୀ ରୟ ।